କରୋନା ଆତଙ୍କ : ଚୀନରେ ମୃତ୍ୟୁ ସଂଖ୍ୟା ୧୩୨, ସବୁ ଭାରତୀୟ ସୁରକ୍ଷିତ

ବେଜିଂ : ଚୀନ୍‌ରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଛି। ଆଗାମୀ ୧୦ ଦିନ ମଧ୍ୟରେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଚୀନ୍‌ର ବୁହାନ ପ୍ରଦେଶରେ ଏହି ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ସହରରେ ୫ ଶହ ଭାରତୀୟ ବାସ କରୁଛନ୍ତି। ଏମାନଙ୍କୁ ୩୧ ତାରିଖରେ ଏୟାର ଇଣ୍ଡିଆ ଯୋଗେ ଭାରତ ସରକାର ଦେଶକୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଇତି ମଧ୍ୟରେ ବୁହାନ ପ୍ରଦେଶରେ ବାସ କରୁଥିବା ତଥା ଏହି ଭୂତାଣୁ ଦ୍ବାରା ପ୍ରଥମେ ସଂକ୍ରମିତ ହୋଇଥିବା ଭାରତୀୟ ମହିଳା ପ୍ରୀତି ମାହେଶ୍ବରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।

Comments are closed.