କର୍ଣ୍ଣାଟକରେ ଟ୍ରକରେ ବିସ୍ଫୋରଣ ; ୮ ମୃତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକର ଶିବମୋଗା ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ବିସ୍ଫୋରକ ଯାଉଥିବା ଟ୍ରକରେ ବିସ୍ଫୋରଣ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିଛି ଆହତ ମଧ୍ୟ ହୋଇଛନ୍ତି। ମାତ୍ର କେତେ ଜଣ ଆହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ବିସ୍ଫୋରଣ ଫଳରେ ଆଖାପାଖ ଅଞ୍ଚଳରେ ଏକ ପ୍ରକାର ଝଟକା ମଧ୍ୟ ଅନୁଭବ ହୋଇଥିଲା। ଖନନ କରିବା ପାଇଁ ବିସ୍ଫୋରକ ନେଉଥିବା ସମୟରେ ଏଭଳି ଅଘଟଣ ଘଟିଛି। କେଉଁ କାରଣରୁ ଏଭଳି ବିସ୍ଫୋରଣ ଘଟିଛି ତାହା ଏଯାବତ ଅସ୍ପଷ୍ଟ ରହିଛି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୋଦୀ ଟ୍ୱିଟ ଯୋଗେ ଜଣାଇଛନ୍ତି, ଶିବମୋଗାରେ ହୋଇଥିବା ଅଘଟଣ ପାଇଁ ଖୁବ ଦୁଃଖିତ। ମୃତକଙ୍କ ପ୍ରତି ଗଭୀର ଦୁଃଖ ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

Comments are closed.