ଗୋସେବକଙ୍କୁ ଗୋ-ଚାଲାଣକାରୀଙ୍କ ଗୁଳିମାଡରେ ୨ ଗୁରୁତର

କରଞ୍ଜିଆ : ଯଶୀପୁର ଟୋଲଗେଟ୍‍ ନିକଟରେ ଆଜି ଭୋର ସମୟରେ ଗୁଳିମାଡ ହୋଇଛି। ଗୋସେବକଙ୍କୁ ଗୋ-ଚାଲାଣକାରୀଙ୍କ ଗୁଳିମାଡରେ ୨ ଜଣ ଗୁରୁତର ହୋଇଛନ୍ତି। ୨ ଗୁରୁତରଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୋଚାଲାଣ ଗାଡିକୁ ଅଟକାଇବା ସମୟରେ ଗୁଳିମାଡ ହୋଇଥିବା ନେଇ ସୂଚନା ମିଳିଛି। ଘଟଣା ସ୍ଥଳରେ କରଞ୍ଜିଆ ଏସଡିପିଓ ଏବଂ ଯଶୀପୁର ପୁଲିସର ତଦନ୍ତ ଆରମ୍ଭ କରିଛି। ବନ୍ଧୁକ ସହ ମାରଣାସ୍ତ୍ର ଜବତ କଲା ପୁଲିସ। ୧୧ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ୩ଟି ସ୍କର୍ପିଓ ଓ ଗୋଟିଏ ଗାଡି ଜବତ କରିଛି।

Comments are closed.