ଭିନ୍ନ ସମ୍ପ୍ରଦାୟରେ ପ୍ରେମ କରିବା ପ୍ରେମିକ-ପ୍ରେମିକାଙ୍କ ପାଇଁ ହେଲା କାଳ, ଦୁହିଁଙ୍କୁ ମାଡ଼ ମାରିବା ସହ ଲଣ୍ଡା କଲେ ଗ୍ରାମବାସୀ

କରଞ୍ଜିଆ : ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟରେ ପ୍ରେମ କରିବା ପ୍ରେମିକ-ପ୍ରେମିକାଙ୍କ ପାଇଁ ମହଙ୍ଗା ପଡ଼ିଛି। ସୂଚନା ମୁତାବକ, କରଞ୍ଜିଆ ସହରାଞ୍ଚଳର ଜଣେ ଯୁବକଙ୍କର ନିକଟସ୍ଥ ଏକ ଗ୍ରାମର ଭିନ୍ନ ସଂପ୍ରଦାୟର ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଚାଲିଥିଲା। ରବିବାର ଯୁବତୀ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ଏବାବଦରେ ଯୁବକ ଜଣଙ୍କ ଖବରପାଇ ପ୍ରେମିକାଙ୍କ ଘରକୁ ଦେଖା କରିବାକୁ ଯାଇଥିଲେ। ସେଠାରେ ସେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଗାଁଲୋକେ ତାଙ୍କୁ ଧରି ନେଇ ପ୍ରେମିକାଙ୍କ ସହିତ ଗୋଟିଏ ନିବୁଜ କୋଠରୀ ଭିତରେ ପୁରାଇ ଦେଇଥିଲେ। ସେଠାରେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିବାସହ ଯୁବକ-ଯୁବତୀଙ୍କୁ ଲଣ୍ଡା କରିଥିଲେ। ତେବେ ଏହି ଘଟଣା ବିଷୟରେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ରାତି ଅଧରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Comments are closed.