ସ୍ତ୍ରୀଙ୍କୁ ମାଡ଼ ମାରି ଅଭିନେତା କରଣ ମେହେରା ଗିରଫ

ମୁମ୍ବଇ: ସ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି ଅଭିନେତା କରଣ ମେହେରା। ସ୍ତ୍ରୀଙ୍କ ପ୍ରତି ଘରୋଇ ହିଂସା ଅଭିଯୋଗରେ ମୁମ୍ବଇ ପୁଲିସ ମଙ୍ଗଳବାର ତାଙ୍କୁ ଗିରଫ କରିଛି। ଗୋରେଗାଓଁ ଥାନାରେ ପୁଲିସ ତାଙ୍କ ବୟାନ ରେକର୍ଡ କରିଛି।

ଅନେକ ଦିନ ହେବ କରଣ ମେହେରା ଏବଂ ପତ୍ନୀ ନିଶା ରାଓଲଙ୍କ ମଧ୍ୟରେ ନାନା ଖବର ସାମ୍ନାକୁ ଆସୁଥିଲା। ଏ ସମ୍ପର୍କରେ କରଣ ଗଣମାଧ୍ୟମକୁ କୌଣସି କଥା କହି ନ ଥିଲେ। ତେବେ ନିଶା କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ଠାକ ରହିଛି। ଏବେ କରଣ ଗିରଫ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, କରଣ ମେହେରା ଏବଂ ନିଶା ରାଓଲ ୨୦୦୮ରେ ପରସ୍ପରଙ୍କୁ ଭେଟିଥିଲେ। ହଂସତେ ହଂସତେ ଚଳଚ୍ଚିତ୍ର ଶୁଟିଂ ସେଟରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। କରଣ ନିଶାଙ୍କୁ ଦେଖିବା ପରେ ତାଙ୍କୁ ଭଲପାଇ ବସିଥିଲେ। ପରେ ଉଭୟେ କିଛି ବର୍ଷ ଡେଟ୍‌ କରିବା ପରେ ୨୦୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Comments are closed.