ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କପିଲ୍‌ ସିବଲ୍‌

ନୂଆଦିଲ୍ଲୀ: କଂଗ୍ରେସର ପ୍ରଭାବଶାଳୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ୍‌ ସିବଲ୍‌ ଦଳ ଛାଡ଼ି ବୁଧବାର ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସିବଲ୍ ସମାଜବାଦୀ ପାର୍ଟି କାର୍ଯ୍ୟାଳୟକୁ ଯାଇଥିଲେ ଓ ଅଖିଳେଶଙ୍କ ସହ ରାଜ୍ୟସଭାରେ ପହଞ୍ଚିଥିଲେ।

ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସିବଲ୍‌ କହିଛନ୍ତି ଯେ, ସେ ମେ ୧୬ ତାରିଖରୁ କଂଗ୍ରେସରୁ ଇସ୍ତଫା ଦେଇ ସାରିଛନ୍ତି। ସମାଜବାଦୀ ପାର୍ଟି ସହଯୋଗରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ମୁଁ ପ୍ରାର୍ଥୀପତ୍ର ଦାଖଲ କରିଛି। ମୁଁ ସବୁବେଳେ ଦେଶରେ ସ୍ବାଧୀନ ପ୍ରତିନିଧି ହେବାକୁ ଚାହିଁଛି। ସ୍ବାଧୀନ ପ୍ରତିନିଧି ହେବା ଗୁରୁତ୍ବପୂର୍ଣ୍ଣ କଥା। ବିରୋଧୀ ଦଳରେ ରହି ମୋଦୀ ସରକାରଙ୍କୁ ବିରୋଧ କରିବା ଭଳି ମେଣ୍ଟ ଗଠନ କରିବାକୁ ଚାହୁଁଛୁ।

ସିବଲ୍‌ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ସାଂସଦ ରାମଗୋପାଳ ଯାଦବ ଉପସ୍ଥିତ ଥିଲେ।

 

Comments are closed.