ମୁଁ କିଛି ଭୁଲ୍‌ କରି ନାହିଁ: କପିଳ ମିଶ୍ର

ନୂଆଦିଲ୍ଲୀ : ହିଂସାକାଣ୍ଡ ନେଇ ବିଜେପି ନେତା କପିଳ ମିଶ୍ର ନିଶାଣରେ ଥିବାବେଳେ ହାଇକୋର୍ଟ ତାଙ୍କ ବିରୋଧରେ ଏତଲା ଦାୟର ପାଇଁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ​‌ସେ ଏହାର ଜବାବ ରଖିଛନ୍ତି। ‘ଦୀର୍ଘ ଦିନ ଧରି ଅବରୋଧ ହୋଇ ରହିଥିବା ରାସ୍ତା ଖୋଲିବା ଆମର ଅଧିକାର ଓ ଦାୟିତ୍ବ। ସେ କାମରେ ମୁଁ କିଛି ଭୁଲ୍‌ କରି ନାହିଁ। ମୁଁ ମୋ କର୍ତ୍ତବ୍ୟ କରିଛି; ସତ୍ୟ ଓ ଧର୍ମର ବିଜୟ ହେବ’ ବୋଲି ସେ ଟ୍ବିଟରରେ ଲେଖିଛନ୍ତି।

Comments are closed.