କପା ଚାଷୀଙ୍କୁ ସାବଧାନ କଲା ପ୍ରଶାସନ

ଟିଟିଲାଗଡ଼ : ଦେଶର ଚାଷୀ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ ପାଇଁ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିଲଣ୍ଡା ଗ୍ରାମର ୩୫ରୁ ଉର୍ଦ୍ଧ୍ବ କପା ଚାଷୀ ପରିବାର ଶୋଷଣର ଶିକାର ହୋଇଥିବା ଟିଟିଲାଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଲାଲ ଚାଷୀଙ୍କ ୯ ଲକ୍ଷ ଟଙ୍କା ମୂଲ୍ୟର କପା ନେଇ ପାଉଣା ପ୍ରଦାନ କରୁନାହାନ୍ତି। ଏନେଇ ମଣ୍ଡି ବଦଳରେ ଚାଷୀ ଦଲାଲଙ୍କ ଶିକାର ହେଉଥିବା ଭଳି ଅନେକ ଘଟଣା ଘଟୁଛି। ଏପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ବ୍ୟାପକ ସଚେତନ କରାଯାଉଛି। କପା ଚାଷୀଙ୍କୁ ସଚେତନ ନେଇ ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ଜରିଆରେ ପ୍ରଶାସନ ଅଡିଓ ବିଜ୍ଞାପନ ସାଧାରଣରେ ଜାରି କରିଛି। ଜିଲାରେ ବଲାଙ୍ଗିର, ଯୋଗୀମୁଣ୍ଡା ତଥା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ଓ ଟିଟିଲାଗଡରେ ଏଭଳି ମୋଟ ୪ଟି କପା ମଣ୍ଡି ଖୋଲାଯାଇଛି। ଚାଷୀ ଦଲାଲଙ୍କ ଶିକାର ନହୋଇ ମଣ୍ଡି ଗୁଡିକରେ ନିଜ ନାମ ପଞ୍ଜିକରଣ ସହ ଏଫଏକ୍ୟୁ ମାନର କପା ୫୫୧୫ରୁ ପ୍ରତି ୫୮୨୫ ଟଙ୍କାରେ ବିକ୍ରୟ କରିବାକୁ ପ୍ରଶାସନ ସାବଧାନ କରିଛି।