ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ପରିବେଶ ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ : ବୌଦ୍ଧ ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ବାର୍ଷିକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ବନ ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ  ଅତିଥିଭାବେ ବୌଦ୍ଧ ବନଖଣ୍ଡୀୟ ଅଧିକାରୀ ଯଶୋବନ୍ତ ସେଠୀ ଯୋଗ ଦେଇ ବନସଂରକ୍ଷଣ ସମିତି ଦ୍ୱାରାଗ୍ରହଣ କରାଯାଇ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। କୋଭିଡ କଟକଣା ହେତୁ ସୀମିତ ସ୍ୱଂୟ ସହାୟକ ଗୋଷ୍ଠୀର ମାଆମାନଙ୍କୁ ପରିବେଶର ବିଭିନ୍ନ ଦିଗ ଉପରେ ସଚେତନ କରିବା ସହ ନିଜ ଗାଁ ଚର୍ତୁପାଶ୍ୱର୍ରେ ରହିଥିବା ସବୁଜ ବନାନୀର ସୁରକ୍ଷା ପାଇଁ ଆହ୍ୱାନ କରିଥିଲେ।
ଏହି ଅବସରରେ ଅନ୍ୟତମ ଅତିଥିଭାବେ ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, କଣ୍ଟାମାଳ ବନାଞ୍ଚଳ ଅଧିକାରୀ କ୍ଷୀରାବ୍ଧୀ ପଧାନ, ନାରାୟଣପ୍ରସାଦ ସେକ୍ସନ ବନପାଳ ଚିତ୍ତରଞ୍ଜନ ପ୍ରଧାନ, କଣ୍ଟାମାଳ ସେକ୍ସନ ବନପାଳ ରବିନ୍ଦ୍ର କୁମ୍ଭାର ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ବନ ସଂରକ୍ଷଣ ସମିତିର ସଭାପତି ଦିବ୍ୟଶଙ୍କର ରାଉତ, କୋଷାଧ୍ୟକ୍ଷ ଛବିଳ ପ୍ରଧାନ, ଅଲେଖ କାଲସେ, ରବିନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ସମିତି ତରଫରୁ ମୁଖ୍ୟ  ଅତିଥି ଓ ଅନ୍ୟ ଅତିଥିମାନଙ୍କୁ ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

Comments are closed.