MEllora 950×100

କଂଗ୍ରେସର ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ

କଣ୍ଟାମାଳ: ସାରା ରାଜ୍ୟରେ ମମିତା ମେହେର ହତ୍ୟାକାଣ୍ଡ ମାମଲା ତଥା କ୍ୟାପଟେନ ଦିବ୍ୟାସଙ୍କର ମିଶ୍ରଙ୍କ ଇସ୍ତଫା ଦାବି ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆଜି କଣ୍ଟାମାଳରେ କଂଗ୍ରେସ ୬ ଘଣ୍ଟିଆ ବନ୍ଦ ପାଳନ ଅତି ଶାନ୍ତିପୂର୍ଣ୍ଣ ଭାବେ କରିଥିବା ପରିଲକ୍ଷିତ ହୋଇଛି। ଗତକାଲି ମାନ୍ୟବର ହାଇକୋର୍ଟ ଦେଇଥିବା ରାୟକୁ କଂଗ୍ରେସ କର୍ମୀମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ସମସ୍ତ ମାନବ ସମାଜର ନିଜ ନିଜର ଅଧିକାରକୁ କ୍ଷୁର୍ଣ୍ଣ କଲାଭଳି ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି ଦଳର ପୂର୍ବତନ ସମ୍ପାଦକ, ବରିଷ୍ଠ ଆଇନଜୀବି ତଥା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ କହିଛନ୍ତି।

Comments are closed.