ଆବେଦନ କରିବାକୁ ମାତ୍ର ୨ ଦିନ ହେଲେ କଣ୍ଟାମାଳରେ ୫ ଦିନ ହେଲା ମିଳୁନି ଡାକଟିକଟ

କଣ୍ଟାମାଳ: କଣ୍ଟାମାଳ ସଦର ବ୍ଲକ ମହକୁମା ଏବଂ ଅନ୍ୟ ସବୁ ଉପ ଡାକଘରେ ଡାକଟିକଟ ମିଳୁନଥିବାରୁ ବିଭିନ୍ନ ଚାକିରୀ ପାଇଁ ଆଦେବନ କରିବାକୁଥିବା ଆଶାୟୀ ଯୁବକ ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆବେଦନ କରିବାକୁ ହାତରେ ମାତ୍ର ୨ ଦିନ ଥିବାରୁ ବିଶେଷ ଚିନ୍ତାରେ ରହୁଥିବା ଦେଖିବାକୁ ମିଳୁଛି। ଇତି ମଧ୍ୟରେ ବୌଦ୍ଧ ଜିଲ୍ଲା ବିଚାର ବିଭାଗ ତରଫରୁ ବିଭିନ୍ନ ପଦ ପଦବୀ ପାଇଁ ପ୍ରକାଶିତ ବିଜ୍ଞାପନରେ ଆଦେନ କରିବାର ଶେଷ ଦିନ ଜୁଲାଇ ୩୦ ରହିଥିବା ବେଳେ ବିଭିନ୍ନ ପଦବୀ ପାଇଁ ୨୫ ଟଙ୍କାର ଡାକଟିକଟର ଆବଶ୍ୟକତା ରହୁଥିବା ହେତୁ ଡାକଟିକଟ ପାଇଁ ଆଶାୟୀ ଯୁବକ ଯୁବତୀ କଣ୍ଟାମାଳ ଡାକଘରକୁ ଆସୁଥିଲେ ହେଁ ଆବଶ୍ୟକ ଟିକଟ ନପାଇ ନିରାଶରେ ଫେରି ଯାଉଥିବା ଜଣାଯାଇଛି।

ଡାକଟିକଟର ବ୍ୟାପକ ଅଭାବକୁ ନେଇ ସ୍ଥାନୀୟ ପୋଷ୍ଟ ମାଷ୍ଟରଙ୍କୁ ପଚାରିବାରୁ ୫ ଦିନ ହେଲା ଏଠାରେ ଡାକଟିକଟ ନାହିଁ, ପଠାଇବା ପାଇଁ ଫୁଲବାଣୀ କାର୍ଯ୍ୟାଳୟକୁ ଅର୍ଡର କରିଛୁ ଆସୁ ଆସି ୨/୩ ଦିନ ଲାଗିଯିବ ବୋଲି କହିଥିବା ବେଳେ ଡାକ ବିଭାଗର ପ୍ରମୁଖ ଫୁଲବାଣୀ ସୁପରିଟେଣ୍ଡେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଡାକ ଟିକଟତ ଶେଷ ହେବାର କୌଣସି କାରଣ ନାହିଁ ଏ ବିଷୟରେ ସଂପୃକ୍ତ ପୋଷ୍ଟମାଷ୍ଟରଙ୍କ ସହ ଯୋଗାଯୋଗ କରି ବ୍ୟବସ୍ଥା କରିବି ବୋଲି କହିଥିଲେ। ପଦବୀ ପାଇଁ ବାହାରିଥିବା ବିଜ୍ଞାପନରେ ଆଦେବନପତ୍ର ରେଜେଷ୍ଟ୍ରି /ଷ୍ପିଡ ପୋଷ୍ଟରେ ପଠାଇବା ସହ ଆଦେନକାରୀ ନିଜ ଠିକଣା ଲେଖା ଏନ୍‍ଭଲପରେ ୨୫ ଟଙ୍କାର ଡାକଟିକଟ ଲଗାଇବାକୁ ସୂଚୀତ କରାଯାଇଥିବା ହେତୁ ଆବେଦନକାରୀ ଡାକ ଟିକଟ ପାଇଁ ସଂପୂର୍ଣ୍ଣ ଚିନ୍ତାଗ୍ରସ୍ତରେ ରହିଥିବା ବେଳେ ୩୦ ତାରିଖ ସୁଦ୍ଧା ଆବେଦନପତ୍ର ବିଚାର ବିଭାଗୀୟ କାର୍ଯ୍ୟାଳୟରେ ନପହଞ୍ଚିଲେ ସେଥିପାଇଁ ଡାକ ବିଭାଗ ହିଁ ଦାୟୀ ରହିବ ବୋଲି ଆଦେନକାରୀ କହୁଥିବା ବେଳେ ଡାକ ବିଭାଗ ଯୁଦ୍ଧ କାଳୀନ ଭିତ୍ତିରେ ଡାକଟିକଟ ଯୋଗାଇ ଦେବାକୁ ମଧ୍ୟ ଦାବୀ ହେଉଛି।

Comments are closed.