କଣ୍ଟାବାଞ୍ଜି ସହରରେ ଶାରଦୀୟ ଦୁର୍ଗା ପୂଜା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଓ ଆଖ ପାଖ ଗ୍ରାମାଞ୍ଚଳ ତୁରେକେଲା, ମହଖଣ୍ଡ କୁଇବାହାଲରେ ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାଷ୍ଟମୀ ପୂଜା ଷୋଡଶ ଉପଚାରରେ ଚାଲିଥିବା ବେଳେ, ପୀଠ ଏବଂ ମଣ୍ଡପରେ ଭକ୍ତମାନେ ପୂଜାର୍ଚନା କରିବା ସହ ମହିଳାମାନେ ଅଷ୍ଟମୀ ଓପାସ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଇନ୍ଦିରା ଛକ ଦୁର୍ଗା ମଣ୍ଡପ, ବଜରପଡା, ପୁରାନି ବସ୍ତି ଓ ଗାୟତ୍ରୀ ପୀଠ ପୂର୍ତ୍ତବିଭାଗ କଲୋନୀ ରାମେଶ୍ୱର ବାବା ପରିସର, ରାମମନ୍ଦିର ପୀଠ ନବରାତ୍ର ପୂଜା ହେଉଥିବା ବେଳେ, ବିଦ୍ୟୁତ କାର୍ଯ୍ୟଳୟ ଦୁର୍ଗା ମଣ୍ଡପ, ଫରେଷ୍ଟ କର୍ପୋରେସନ, ରେଲୱେ ବିଦ୍ୟୁତ ବିଭାଗ ଦୁର୍ଗମଣ୍ଡପରେ ଜଗତଜନନୀ ମା’ଙ୍କ ଅଷ୍ଟମୀ ପୂଜା ଏବଂ ରାତ୍ରିରେ ନବମୀ ପୂଜା ଓ ବଳି ଦିଆଯିବ।

Comments are closed.