ଶାଗୁଆନ କାଠ ସହ ବାଇକ ଜବତ, ଆସାମୀ ଫେରାର

କଣ୍ଟାବାଞ୍ଜି: ତୁରେଇକେଲା ଓ କଣ୍ଟାବାଞ୍ଜି ବାନାଞ୍ଚଳରେ ଦିନକୁ ଦିନ କାଠ ମାଫିଆମାନେ ସକ୍ରିୟ ହୋଇ ଜଙ୍ଗଲର ବହୁମୂଲ୍ୟ ଗଛ କାଟି ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଛି, ଗତ କିଛିଦିନ ତଳେ ଟ୍ରାକ୍ଟର ସହ କାଠ ଜବତ କରିଥିବା ବେଳେ ଜଣେ କାଠ ମାଫିଆକୁ କୋର୍ଟ ଚାଲାଣ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ସେହିପରି ଗତ ୨୫ ତାରିଖ ରାତିରେ ବନବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ବେଳେ ତୁରେଇକେଲା ବ୍ଲକ ସେମଲା ଗ୍ରାମ ଛକ ଠାରେ ଜଣେ କାଠ ମାଫିଆ ନିଜ ବାଇକ ସାହାଯ୍ୟରେ ୭ ଖଣ୍ଡ ଶାଗୁଆନ ପଟା ଆଣୁଥିବା ବେଳେ ବନକର୍ମଚାରୀକୁ ଦେଖି ଘଟଣା ସ୍ଥଳରେ ବାଇକ ଛାଡି ଆସାମୀ ଫେରାର ମାରିଥିଲା। ବନବିଭାଗ ପକ୍ଷରୁ ବାଇକ ଓ ପଟା ଜବତ କରାଯାଇଛି। ପେଟ୍ରୋଲିଙ୍ଗ ସମୟରେ କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳିଙ୍କ ସହ ଫରେଷ୍ଟର ବିଘ୍ନ ରାଜ ପୋଡ଼, ପିତାମ୍ବର କୁମ୍ଭାର, କେଶବ ନାଗ, ଘନଶ୍ୟାମ ପ୍ରସାଦ, ପିତାମ୍ବର ମାଝୀ, ଅଜିତ ବେହେରା ପ୍ରମୁଖ ସାମିଲ ଥିଲେ।

Comments are closed.