କେନ୍ଦ୍ରୀୟ ଶ୍ରମିକ ସଂଗଠନର ଦେଶବ୍ୟାପୀ ଧର୍ମଘଟ ଡାକରାରେ କଣ୍ଟାବାଞ୍ଜିରେ ବନ୍ଦ

କଣ୍ଟାବାଞ୍ଜି: କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ.ଆଇ.ଟି.ସି.ୟୁ ତରଫରୁ ବୁଧବାର ଦେଶବ୍ୟାପୀ ମୋଦୀ ସରକାରଙ୍କ କୃଷିନୀତି ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଧର୍ମଘଟ ଡାକରା ପରିପ୍ରେକ୍ଷୀରେ ଆଜି କଣ୍ଟାବାଞ୍ଜି ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।ଶତାଧିକ ଶ୍ରମିକ ଓ ଚାଷୀ ସଂଗଠନ ତଥା ସିପିଆଇ କର୍ମୀମାନେ ଲାଲ ଝଣ୍ଡା ଧରି ବଲାଙ୍ଗିର –ଖଡିଆଳ ମୁଖ୍ୟ ରାଜପଥର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ପିକେଟିଂ କରି ରାସ୍ତା ଅବରୋଧ କରିଥିବା ବେଳେ ସକାଳେ ଇନ୍ଦିରା ଛକ ଠାରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ।ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖାଯାଇଥିଲା।ବନ୍ଦକୁ ସମର୍ଥନ କରି ସମସ୍ତ ଦୋକାନ ବଜାର, ହୋଟେଲ, ଠେଲା ସବୁ ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ସେବା ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଡେଲି ପରିବା ମାର୍କେଟ ସ୍ୱାଭାବିକ ଥିଲା ।ଟ୍ରେଡ ୟୁନିୟନ ସମର୍ଥକ ମାନେ ମୋଟର ସାଇକେଲ ର‍୍ୟାଲି କରି ପୂର୍ବାହ୍ନ ୧୦ ଟା ବେଳେ ସମସ୍ତ କାର୍ଯ୍ୟାଳୟ, ବିଭିନ୍ନ ରାଷ୍ଟ୍ରାୟତ୍ତତ୍ତ ବ୍ୟାଙ୍କ, ପୋଷ୍ଟ ଅଫିସ, ପେଟ୍ରୋଲ ପମ୍ପ, ତହସିଲ କାର୍ଯ୍ୟାଳୟ, କୋର୍ଟ ଆଗରେ ସ୍ଲୋଗାନ ଦେବା ସହ ପିକେଟିଂ କରି ବନ୍ଦ କରାଇଥିଲେ।ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଥିବା ବେଳେ ରାୟପୁରରୁ ଟ୍ରାନ୍ସପୋର୍ଟ ଯୋଗେ ବିଭିନ୍ନ ସାମଗ୍ରୀ ନେଇ ଆସୁଥିବା ୧୬ ଚକିଆ ଟ୍ରକ ସହରର ଉପକଣ୍ଠ ରାସ୍ତାକଡରେ ଠିଆ ହୋଇଥିବା ଦେଖାଯାଇଥିଲା।ବିଭିନ୍ନ ଛକ, ସରକାରୀ କାର୍ଯ୍ୟାଳୟ ଆଗରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ, ଅନ୍ୟାନ୍ୟ ପୁଲିସ ଅଫିସର ପାଟ୍ରୋଲିଂ କରି ପରିସ୍ଥିତି ଉପରେ  ନଜର ରଖିନ ଥିଲେ ।ଓଡିଶା ନିର୍ମାଣ ଶ୍ରମିକ ସଂଘ ଜିଲା ସଭାପତି ଗୋପାଳ ଭୋଇଙ୍କ ନେତୃତ୍ୱ ରେ ସିପିଆଇ କମ୍ରେଡ ଖଗସା ସଂପାଦକ ଉତ୍ତ ମଲ୍ଲିକ, ସଂକିର୍ତ୍ତନ ରଣା, ପାଣ୍ଡବ ଭୋଇ, ଶଶିକାନ୍ତ ରଣା, କମଲ ଭୋଇ, ଶୁଶିଲ ଥନାପତି, ସୁବାଷ କୁଅଁର, ଅର୍ଜୁନ ଖର୍ସେଲ, ପରମାନନ୍ଦ ପୁଟେଲ, ମାଧବ ପୁଟେଲଙ୍କ ସହ ଶତାଧିକ ମହିଳା ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ। ଦୁଇଚକିଆ ଯାନ ସ୍ୱାଭାବିକ ରହିଥିବା ବେଳେ ଭାରୀଯାନ ରାସ୍ତା ପାର୍ଶ୍ବରେ ଅଟକି ରହିଥିଲା।

 

Comments are closed.