ମହଖଣ୍ଡ ଗାଁରେ ପୁଲିସ ପକ୍ଷରୁ ଜନସଂପର୍କ ଶିବିର

କଂଟାବାଞ୍ଜି: ତୁରେକେଲା ବ୍ଲକର ମାଓ ଅଧ୍ୟୁଷିତ ଗାଁ ମହଖଣ୍ଡ ଗାଁରେ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଜନ ସଂପର୍କ ଶିବିର ଆୟୋଜିତ ହୋଇଯାଇଛି। ନୂତନ ଭାବେ ଦାୟିତ୍ୱରେ ଥିବା ତୁରେକେଲା ଥାନା ଅଧିକାରୀ ପ୍ରଣୟ ମୁର୍ମୁଙ୍କ ନେତୃତ୍ୱରେ କରାଯାଇଥିବା ଏହି ଜନସଂପର୍କ ଶିବିରରେ ମହଖଣ୍ଡ ପଂଚାୟତର ମହଖଣ୍ଡ, ନାନ୍ଦୋଲ, ଭରୁଆକାନୀ, ଗଡିଆଜୋର, କଦଳୀ ପାଳି ଗାଁର ଯୂବକମାନଙ୍କୁ ନେଇ ପୁଲିସ କର୍ମଚାରୀ ମାନେ କ୍ରକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା। ଏହି ପଂଚାୟତ ଅଧିନରେ ଥିବା ଗାଁ ମାନଙ୍କର ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇଂ କମ୍ବଳ ବଂଟନ କରାଯାଇଥିବା ବେଳେ ଛୋଟ ପିଲାମାନଙ୍କୁ ଖାତା, ପେନ୍ କମ୍ପାସ ବକ୍ସ, ପାଣି ବୋତଲ ବଂଟନ କରାଯାଇଥିବା ଜଣାପଡିଛି।

ଯାହାର କେହ ନାହିଁ ତାର ପୁଲିସ ଅଛି ବାର୍ତ୍ତା ଦେଇ କରାଯାଇଥିବା ଏହି ଜନସଂପର୍କରେ ଗାଁର ଅନେକ ଜନସାଧାରଣମାନଙ୍କର ସହ କେମିତି ମିଳିମିଶି ଚଲିବା ସେ ନେଇ କଂଟାବାଞ୍ଜି ଥାନା ଅଧିକାରୀ ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଜନସଂପର୍କରେ ଏସଆଇ ଦୀପକ ଡୁଙ୍ଗଡୁଙ୍ଗ, ଓଏପିଏଫ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ।

Comments are closed.