ମମିତା ମେହେର ହତ୍ୟା ଘଟଣା: ପିଡୀତା ପରିବାରକୁ ଭେଟିଲେ ବିଜେଡି ନେତା

କଂଟାବାଞ୍ଜି: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକ୍ରମରେ ବିଜେଡି ବିଧାୟକ ପ୍ରାର୍ଥୀ ଦଳର ବରିଷ୍ଠ ନେତା ଅଜୟ ଦାସଙ୍କ ସହ ଏକ ପ୍ରତିନିଧି ଦଳ ଝରଣୀ ଗାଁକୁ ଯାଇଥିଲେ। ମୃତକ ମମିତା ମେହେରଙ୍କର ବାପା ମା’ ଘରେ ଅନୁପସ୍ଥିତ ଥିବା ଓ ମା’ଙ୍କର ଚିକି୍‍ତ୍ସା ପାଇଁ ବାପାଙ୍କ ସହିତ ବିଶାଖାପାଟଣା ଆପୋଲୋ ହସପିଟାଲକୁ ଯାଇଥିବା ମମିତାଙ୍କ ସାନ ଭାଇ ବଂଟି ମେହେରଙ୍କ ଠାରୁ ଜାଣିବା ପରେ ଟେଲିଫୋନ ଯୋଗେ ବାପାଙ୍କ ସହିତ କଥା ହୋଇଥିଲେ। ସେ ପରିବାର ପ୍ରତି ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାରର ସମସ୍ତ ବିଷୟ ଜଣାଇବାର ପ୍ରତିଶୃତି ଦେଇଥିବା ଜଣାପଡିଛି। ତାଙ୍କ ସହ ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ଜିଲ୍ଲା ସାଧାରଣ ସଂପାଦକ ରାଜେନ୍ଦ୍ର ବେହରା, ବିଶାଳ ବେହେରା, ଅଶୋକ କୁଅଁର, ରୋଶନ ମେହେର, ରାମ ମେହେର, ରେହମାନ ଖାଁ, ବିଘ୍ନେ ବଛା, ବ୍ରଜରାଜ ମେହେର ସତ୍ୟ ମେହେର ପ୍ରମୂଖ ଉପସ୍ଥିତ ଥିବା ଦଳୀୟ ସୂତ୍ରରୁ ପ୍ରକାଶ।

Comments are closed.