ତୁରେକେଲା ବ୍ଲକରେ ନୂଆ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକଲା ବ୍ଲକରେ ଦେବାଶିଷ ସାମଲ ନୂତନ ବିଡ଼ିଓ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତିl ସେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରି ୨୦୧୯ ସାଧାରଣ ନିର୍ବାଚନ \ରେ ଗୁରୁ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରି ବେଶ ପ୍ରଶଂସିତ ହୋଇଥିଲେl ବର୍ତମାନ ବିଡ଼ିଓ ମନୋରଞ୍ଜନ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସଚିବାଳୟକୁ ବଦଳି ହୋଇଛିl ଶ୍ରୀ ପାଣିଗ୍ରାହୀ ମଧ୍ୟ ଗତ ୨୦୨୦ କୋଭିଡ ସମୟରେ ସେ ବିଡ଼ିଓ ଭାବେ ଉପାନ୍ତ ବ୍ଲକ ତୁରେକେଲା ବ୍ଲକରେ ଯୋଗଦେଇ କରୋନା ସମୟରେ ଭଲଭାବେ କାର୍ଯ୍ୟ କରିଥିଲେl ନୂତନ ବିଡ଼ିଓଙ୍କୁ ଜିପିଓ ଗୋବିନ୍ଦ ଭୁଏ, ବ୍ଲକ କର୍ମଚାରୀ, ପଂଚାୟତ କାର୍ଯ୍ୟ ନିର୍ଭଇ ଅଧିକାରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେl

Comments are closed.