କଣ୍ଟାବାଞ୍ଜି ରାମ ମନ୍ଦିରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ରାମ ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ କ୍ଷୀର ସିନ୍ଧୁ ସାହୁ, ଓଡିଶା ପଶ୍ଚିମ ପ୍ରାନ୍ତ ସହ ସମ୍ପାଦକ ମୋହନ ଚରଣ ଦାସ, ଟିଟିଲାଗଡ଼ ଜିଲ୍ଲା ସଭାପତି ମୋହନ ଲାଲ ଶର୍ମା, ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ସୁଦର୍ଶନ ଦାସ, ପ୍ରଶାର ପ୍ରମୁଖ କୈଳାଶ ସୋନି, ସାମାଜିକ ସମର ସତା ଟିଟିଲାଗଡ଼ ଜିଲ୍ଲା ବେଦବ୍ୟାଶ ଦାସ, ସହ କୋଷାଧ୍ୟକ୍ଷ ପବନ କୁମାର ଅଗ୍ରବାଲ, କଣ୍ଟାବାଞ୍ଜି ନଗର ସଭାପତି କାନହୁ ଚରଣ ମିଶ୍ର, ସମ୍ପାଦକ ମୋହନ ସୋନି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସ୍ଥାପନା ଦିବସରେ ଭାରତୀୟ ସଂସ୍କୃତି, ହିନ୍ଦୁ ଧର୍ମ ରହିଲେ ହିଁ ଦେଶ ବଞ୍ଚି ରହିବ ବୋଲି ଆଲୋଚନା ହେବ ସହ ସମସ୍ତେ ସଂଗଠିତ ହୋଇ ରହିବା ପାଇଁ ଏହି ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ରେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ , ଅଶୋକ ଦାସ, ଗଣେଶ ଷଡଙ୍ଗୀ, ପ୍ରକାଶ ପଧାନ, ସତ୍ୟ ମିଶ୍ର, ପୁଷ୍ପକେତୁ ବେହେରା, ପପୁ ଜୁଏଡ଼, ରାଜେଶ ଆନିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ସମସ୍ତେ ମିଷ୍ଟାନ୍ନ ବଣ୍ଟନ କରି ଅତି ଉତ୍ସାହ ସହ ଦିବସ ପାଳିତ କରିଥିଲେ ।

Comments are closed.