ପଖନମୁଣ୍ଡା ବିଦ୍ୟାଳୟରେ କୃମି ନାଶକ ବଟିକା ବଣ୍ଟନ

କଣ୍ଟାବାଞ୍ଜି: ସାରା ଭାରତରେ ଅଗଷ୍ଟ ୧୨କୁ ଜାତୀୟ କୃମି ନାଶକ ଦିବସ ଭାବେ ପାଳନ କରାଯାଇଥିଲା। ସେହି ପରିପ୍ରେକ୍ଷୀରେ ବିଦ୍ୟାଳୟମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ମାଗଣାରେ ବଣ୍ଟନ କରାଯାଇଥିଲା। ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଉକ୍ତ ଦିନ କୃମି ନାଶକ ବଟିକା ଆଶାକର୍ମୀ ତିଲମତି କୁମ୍ଭାର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ବିରଞ୍ଚି ନାରାୟଣ ଦାଶ, ଶିକ୍ଷକ ମନୋଜ ତାଣ୍ଡି, ବିଶେଶ୍ୱର ମୁଦୁଲି, ନରେଶ ତାଣ୍ଡି, ବିଜୁଦାସ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.