ମହିଳା ସ୍ନାତକ ମହାବିଦ୍ୟାଳୟରେ କୃମି ନାଶକ ଔଷଧ ବଣ୍ଟନ

କଣ୍ଟାବାଞ୍ଜି: ଭାରତ ସରକାରଙ୍କ ଦେଶ ବ୍ୟାପି କୃମି ନାଶକ ସପ୍ତାହ (ତା -୧୨/୯/୨୨ ରୁ ତା – ୧୯/୯/୨୨ ପର୍ଯ୍ୟନ୍ତ) ପାଳନ ଅବସରରେ ଶୁକ୍ରବାର ମହିଳା ସ୍ନାତକ ମହାବିଦ୍ୟାଳୟରେ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ଏହି ଔଷଧ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ ଜୁଲି କେନେଡି, ସନ୍ତୋଷିନୀ ଦୀପ, ସନ୍ଧ୍ୟା ଶର୍ମା ଓ ସତ୍ୟବତୀ ଧଙ୍ଗଡା ମାଝୀ ଔଷଧ ବଣ୍ଟନ କରିଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ, ଅଧ୍ୟାପକ ଯୁଧିଷ୍ଠିର ବେହେରା ଜିତେନ୍ଦ୍ର ସୁନା ନେପାଳ ସେଠୀ, ସୋମନାଥ ମେହେର, ଅଧ୍ୟାପିକା ସୁନନ୍ଦା ରଥ, ଲିପନିତା ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.