ମହିଳା ମହାବିଦ୍ୟାଳୟରେ ୭୬ତମ ସ୍ଵାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି: ମହିଳା ମହାବିଦ୍ୟାଳୟରେ ୭୬ତମ ସ୍ଵାଧୀନତା ଦିବସ ପାଳନ କରାଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ସେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଆଜିର ଦିବସର ମହତ୍ତ୍ୱ ବୁଝାଇଥିଲେ ଓ ସମସ୍ତ ଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ଛାତ୍ରୀ ମାନଙ୍କୁ ମିଷ୍ଠାନ୍ ବଣ୍ଟନ କରିଥିଲେ । ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ତିନି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ, ଅଧ୍ୟାପକ ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନା, ନେପାଳ ସେଠୀ ସୋମନାଥ ମେହେର ଅଧ୍ୟାପିକା ସୁନନ୍ଦା ରଥ, ଲିପାନିତା ପାଧାନ ଯୁକ୍ତ ଦୁଇର ଅଧ୍ୟାପିକ ଭାସ୍କର ମେହେର, ଦେବେନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ପୂଜାହରି, ଖେଳ ଶିକ୍ଷୟିତ୍ରୀ ଜ୍ୟୋତି ରାଣୀ ମହାନ୍ତି ଉଭୟ ଅନୁଷ୍ଠାନର ଗ୍ରନ୍ଥାଗାର ରକ୍ଷକ ସନ୍ତୋଷ ମହାନ୍ତି ଓ ମନୋଜ ସାହୁ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.