ତୁରେକେଲାରେ ହର ଘର ତ୍ରିରଙ୍ଗା ଯାତ୍ରା

କଣ୍ଟାବାଞ୍ଜି: ଭାରତ ସ୍ୱାଧୀନ ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାନ କରାଯାଉଛି । ଏହି ଅବସରରେ ଶନିବାର ତୁରେକେଲା ବ୍ଲକ ହେଡ କ୍ୱାର୍ଟର ଠାରେ ବିଜେପି ନେତା ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ଼, ବ୍ଲକ ମଣ୍ଡଳ ସଭାପତି ହରିଶ ଚନ୍ଦ୍ର ସାହୁ, ଈଶ୍ୱର ନାଏକ, ବାବୁ ପୁଟେଲ, ଟେପ ପ୍ରଧାନ, ବନମାଳୀ ଖୁରା, ନୀଳମଣି ମେହେର, ରସିକ ବାଗ ନେତ୍ର ଦାସ ଦୁଳାମଣି ନାଗଙ୍କ ସହ ତୁରେକେଲାର ୫ଟି ରୂପାନ୍ତି କରଣ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଗଣ ଏକ ପଦ ଯାତ୍ରାରେ ସାମିଲ ହୋଇଥିଲେ ।

Comments are closed.