MEllora 950×100

କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା 

କଣ୍ଟାବାଞ୍ଜି : କରୋନା କଟକଣାରେ ଗତ ୨ ବର୍ଷ ହେବ, ମାଁ ଙ୍କ ପୂଜା ବିନା ଭକ୍ତଙ୍କ ମଧ୍ୟରେ ସମ୍ପନ୍ନ ହେବା ପରେ, ଚଳିତ ବର୍ଷ ଧୁମ ଧାମ ରେ ମାଁ ଦୁର୍ଗା ଦେବୀଙ୍କ ବିଭିନ୍ନ ପୂଜା ପେଣ୍ଡାଲ ଚାଲିଥିବା ବେଳେ, ଆଜି ମାଁ ଙ୍କ ମହାଷ୍ଟମୀ ପୂଜାରେ ଭକ୍ତଙ୍କ ଭିଡ ଜମିଥିବା ବେଳେ, ଲଘୁଚାପ ଜନିତ ବର୍ଷା ବାଧକ ସାଜିଛି। ବର୍ଷାକୁ ଭ୍ରୁକ୍ଷେପ ନକରି ମହିଳା ଭକ୍ତଙ୍କ ଆରତୀ ଦର୍ଶନ ପାଇଁ ଭିଡ ପରିଲକ୍ଷିତ ଦେଖାଯାଇଥିଲା। କଣ୍ଟାବାଞ୍ଜି ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ମାଁଙ୍କ ପୂଜାର୍ଚ୍ଚନା କରଯାଉଛି । ଆଜିକୁ ପ୍ରାୟ ୫୪ ବର୍ଷରୁ ଏଠି ସବୁ ବର୍ଷ ମାଁ ଙ୍କ ପୂଜା ପାଠ କରଯାଉଛି । ସୂଚନା ଅନୁସାରେ ୧୯୬୯ ମସିହାରୁ ସ୍ଥାନୀୟ ସାପ୍ତାହିକ ବଜ଼ାରରେ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଆରମ୍ଭ ସମୟରେ ୩ ଦିନ ଧରି ପୂଜା କରାଯାଉଥିଲା। ୫୦ ବର୍ଷ ପୂର୍ତ୍ତି ପରେ ଆଜିକୁ ପ୍ରାୟ ୫ ବର୍ଷ ରୁ ୯ ଦିନ ଧରି ମାଁ ଙ୍କ ପୂଜାର୍ଚ୍ଚନା କରାଯାଉଛି । ମଧ୍ୟାହ୍ନ ସମୟରେ ଭକ୍ତଙ୍କ ପାଇଁ ମାଁଙ୍କ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ ଦିନ ଶହ ଶହ ସଂଖ୍ୟାରେ ଏଠି ଭକ୍ତଙ୍କ ଗହଳି ଲାଗି ରହି ଥାଏ ।
ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି ରସିଆ ନନ୍ଦ ରାୟ, ଉପସଭାପତି ଚିନ୍ମୟ କୁମାର ଯୋଶୀ, ସମ୍ପାଦକ ପ୍ରଦୀପ କୁମାର ବାଗ,କୋଷାଧ୍ୟକ୍ଷ ଶଙ୍କର ପୁଟେଲ, କର୍ତ୍ତା ଡମ୍ବରୁ ଧର ବେହେରା ଓ ତାଙ୍କ ସହ ଧର୍ମିଣୀ, ମୁଖ୍ୟ ପୂଜକ ଗୋପୀନାଥ ପଣ୍ଡା(ରେଢ଼ାଖୋଲ), ସହାୟକ ତ୍ରିବିକ୍ରମ ପଣ୍ଡା, ଶ୍ରୀଜୟ ପଣ୍ଡା, ସଞ୍ଜୟ ପଣ୍ଡା,ବଳରାମ ଠାକୁର ଅଛନ୍ତି ।  ସେହିପରି କଣ୍ଟାବାଞ୍ଜି ସହରର ଇନ୍ଦିରା ଛକରେ ଥିବା ଶ୍ରୀ ଦୁର୍ଗା ପାଣ୍ଡଳରେ ମଧ୍ୟ ବିଧି ଅନୁସାରେ ୪୨ ବର୍ଷରୁ ପୂଜା ଚାଲିଛି । ଏଥିରେ ସଭାପତି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ପାଦକ ଅନିଲ ବ୍ରଦର୍ଶ, ସଦସ୍ୟ ପବନ ଅଗ୍ରବାଲ, ମୋହନ ଟୁଲିଫ, ରାଜେଶ ଖନା, ରବି ଅଗ୍ରୱାଲ , ଅଶୋକ ଜୈନ,ସୁରୁ ଶର୍ମା , ଅନିଲ ରୁବି ଉପସ୍ଥିତ ରହି ପରିଚାଳନା କରୁଥିବା ବେଳେ କର୍ତ୍ତା ଭାବେ ଆୟୁଷ ଅଗ୍ରୱାଲ , ଓ ତାଙ୍କ ଧର୍ମପତ୍ନୀ ଅଛନ୍ତି । ସେହିପରି ପୁରୁଣା ବସ୍ତି ସ୍ଥିତ ସାର୍ବଜନୀନ ଦୁର୍ଗା ପୂଜାରେ ସଭାପତି ତଥା ଏନଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ସମ୍ପାଦକ ରାଜ କୁମାର ଛାପଡ଼ିଆ , ଦିଲୀପ ଅଗ୍ରୱାଲ , ଅଶୋକ ଶର୍ମା, ଲଳିତ ଅଗ୍ରୱାଲ , ରାଜେଶ ବର୍ମା, ଦିନେଶ ଜୈନ ଓ କର୍ତା ସୁନୀଲ ଅଗ୍ରୱାଲ ଲାଠୋରିୟା ଓ ତାଙ୍କ ଧର୍ମପତ୍ନୀ ଉପସ୍ଥିତ ରହି ବିଧି ଅନୁସାରେ ପୂଜାର୍ଚ୍ଚନା କରୁଛନ୍ତି । ଏହି ପେଣ୍ଡଳ ରେ ସେଲ୍ଫି ପଏଣ୍ଟ ଥିବାରୁ ଦିନକୁ ପ୍ରାୟ ଶତାଧିକ  ଭକ୍ତଙ୍କ ଭିଡ଼ ରହୁଛି ପତ୍ୟେକ ଦିନ ସାହସ୍ରାଧିକ ମହିଳା  ଭକ୍ତଙ୍କ ଭିଡ଼ ଏହି ପୂଜା ପେଣ୍ଡାଲ ମାନଙ୍କରେ ଦେଖିବାକୁ ମିଲିଛି । ସେହି ପରି ବିଦ୍ୟୁତ ବିଭାଗରେ ଦୁର୍ଗାମାଁ ଙ୍କ ପୂଜା ୬୦ବର୍ଷରୁ ଅଧିକ ହେବ ପୂଜା ଚାଲିଛି।

Comments are closed.