କଣ୍ଟାବାଞ୍ଜି ଝାଙ୍କରପଡା ସ୍ଥିତ ପି.ଡବ୍ଲୁ.ଡି. ରାସ୍ତା କ୍ରସିଂ ଜବର ଦଖଲ ଉଛେଦ

୬ଟି ଦୋକାନ ଗୃହକୁ ଭାଙ୍ଗିଲା ପ୍ରଶାସନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରାଂଚଳର ଝାଙ୍କରପଡା ପି.ଡବ୍ଲୁ.ଡି.ରାସ୍ତାକୁ ଦୀର୍ଘ ବର୍ଷ ହେଲା ଦୋକାନ ଘର କରି ଜବର ଦଖଲକୁ ଆଜି ଶୁକ୍ରବାର ଅପରାହ୍ନରେ ପ୍ରଶାସନ ଦ୍ୱାରା ଉଛେଦ କରାଯାଇଛି। ଝାଙ୍କର ପଡା ନିକଟସ୍ଥ ଗ୍ରାମ୍ୟ ଜଳ ଯୋଗାଣ ଅଫିସ୍ ନିକଟରେ ପି.ଡବ୍ଲୁ.ଡି. ରାସ୍ତା ଉପରେ ୬ଟି ପକ୍କା ଦୋକାନ ଗୃହ କରି ଭଡା ସୂତ୍ରେ ଦେଇଥିଲେ। ଏହି ଜବର ଦଖଲ ଉପରେ ପ୍ରଶାସନିକ ତରଫରୁ ମାମଲା ଚାଲିଥିଲା କିନ୍ତୁ ତାର ଆଜି ଅନ୍ତ ଘଟି ଟିଟିଲାଗଡ ଉପଜିଲ୍ଲାପାଳ ତଥା କଣ୍ଟାବାଞ୍ଜି ଏନ.ଏ.ସି. ପ୍ରଶାସକ ସୋମେଶ କୁମାର ଉପାଧ୍ୟୟଙ୍କ ଉପସ୍ଥିତିରେ ଏହା ଭଛେଦ କରାଯାଇଛି। ଏହି ଊଛେଦ ବେଳେ ଜବର ଦଖଲକାରୀ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝି ଓ ଏନ.ଏ.ସି. ନିର୍ବାହୀ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ମିଶ୍ରଙ୍କୁ ବେଆଇନ ଭଙ୍ଗାଉଥିବା ଦର୍ଶାଇ ପ୍ରତିବାଦ କରିଥିଲେ। ଫଳରେ ଉଛେଦ ବେଳେ ଅଧ ଘଂଟା ଯାଏ ଉଛେଦ କାର୍ଯ୍ୟ ବ୍ୟାହାତ ହୋଇଥିଲା। ଏହା ପରେ ଉପଜିଲ୍ଲାପାଳ ପୁର୍ନବାର ଘଟଣାସ୍ଥଳକୁ ଆସି ଉଛେଦ ଭଙ୍ଗାରୁଜା କରିଥିଲେ। ଏହି ଊଛେଦ ବେଳେ ଅନ୍ୟମାନଙ୍କ ମଧ୍ୟରେ କଂଟାବାଂଜି ପୁଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ମହାପାତ୍ର, ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର, ଆର.ଆଇ.ବିନୋଦ ବାରିକ, ରାଜସ୍ୱ କର୍ମଚାରୀ,ଏନ.ଏ.ସି. ର ସମସ୍ତ କର୍ମଚାରୀ , ସରକାରୀ ଓକିଲ ସହଦେବ ନାଗ ,ପି.ଡବ୍ଲୁ.ଡି. ସହକାରି ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ପାତ୍ର ସହ ପୁଲିସ ପ୍ଲାଟୁନ ମୁତୟନ ଥିଲେ।

Comments are closed.