ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି  ତୁରେକେଲା ରାଜୀବ ଗାନ୍ଧି ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ସୋମବାର ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ତୁରେକେଲା ଥାନା ଅତିରିକ୍ତ ଅଧିକାରୀ ସତ୍ୟଜିତ କାଣ୍ଡେଲକରଯୋଗ ଦେଇଥିଲେ। ସରପଞ୍ଚ କୁନ୍ତି ସୁନା ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିବା ବେଳେ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀମାନଙ୍କୁ ଆଜିର ଦୁନିଆରେ ନିଜେ ନିଜକୁ କିପରି ଆତ୍ମସୁରକ୍ଷା କରିପାରିବେ ଏହା ଉପରେ ଆଲୋଚନା କରି ଉଦବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷା ତାଲିମ ଦେବା ପାଇଁ ଟ୍ରେନର ଭାବେ କୁମାରୀ ଡାକପ୍ରିୟା ନାଗ ଓ କୁମାରୀ ଗୌରୀ ରାଉତ ଛାତ୍ରୀମାନଙ୍କୁ ତାଲିମ ଦେଇଥିଲେ। ଶେଷରେ ଅଧ୍ୟାପକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଶାନ୍ତ ମେହେର କ୍ରୀଡା ଶିକ୍ଷକ ପ୍ରବୀର ସାହୁ, ସଞ୍ଜୟ କୁମାର ପାଣିଗ୍ରାହୀ, ଯୁଗଲ ପୁଟେଲ, ସନ୍ତୋଷ ଛତ୍ରିଆ, ଘନଶ୍ୟା ଶବର, ବେଣୁପାଣୀ କୁମ୍ଭାର, ପୁର୍ଣ୍ଣୀମା ମେହେର, ଡି.ଇ.ଓ. ବିଜୟ କୁମାର ମେହେର, କିରାଣି ତୋଶୀଫ ଅହମଦ ଖାଁ, ଜଗଦିଶ ଛତ୍ରିଆ, ସତ୍ୟ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.