ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କଂଟାବାଂଜି: ତୁରେକେଲା ଥାନା ମହଖଣ୍ଡ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ତୁରେକେଲା ପୋଲିସ ଉଦ୍ଧାର କରିଛି। ସେ ନିଜ ଚାଷ ଖେତର ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ତୁରେକେଲା ପୋଲିସ କହିଛି। ମିଳିଥିବା ସୂଚନା ଅନୁସାରେ ଗାଁର ବିଦ୍ୟାଧର ମାଝିଙ୍କ ପୁଅ ଗଜିନ୍ଦ୍ର ମାଝି (୪୦) ବୁଧବାର ରାତିରେ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଜାଣିବା ପରେ ପୋଲିସ ଶବକୁ ଜବତ କରିଥିଲା। ପରେ ମୃତକର ପିତା ସହ ପରିବାର ବର୍ଗଙ୍କଦ୍ୱାରା କଂଟାବାଂଜି ଡାକ୍ତରଖାନାକୁ ଆଣି ଶବ ବ୍ୟବଛେଦ କରାଯାଇଛି। ପୋଲିସ ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛି। ତୁରେକେଲା ପୋଲିସ ୟୁ.ଡି.କେସ ନଂ.୧/୨୦୨୧ ରୁଜୁ କରି ଅଧିକ ଅନୁସଂଧାନ କରୁଛି।

Comments are closed.