ମୋବାଇଲ ସେବାରୁ ବଞ୍ଚିତ କୋଡିଏ ଖଣ୍ଡ ଗାଁ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ମାଓ ପ୍ରବଣ ବଡ଼ବାଙ୍କି ଗ୍ରାମ ପଂଚାୟତର କୋଡିଏଟି ଗାଁ ଏବେ ମଧ୍ୟ ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି। ପୂର୍ବରୁ ଗ୍ରାମବାସୀଙ୍କ ଦାବି କ୍ରମେ ଜିଓ କମ୍ପାନୀ ତରଫରୁ ଚାରି ବର୍ଷ ପୂର୍ବେ ଟାୱାର ନିର୍ମାଣ ସରିଥିଲେ ମଧ୍ୟ ମୋବାଇଲ ସଂଯୋଗ ହୋଇନାହି। ତେଣୁ କୋଡିଏଟି ଗାଁର ଶତାଧିକ ବାସିନ୍ଦା ଯୋଗାଯୋଗ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍ତି ବାସିନ୍ଦା ବର୍ତମାନ ଇଣ୍ଟରନେଟ ସୁବିଧା ନପାଇବା ଯୋଗୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏସମ୍ପର୍କରେ ଗ୍ରାମବାସୀ ବିଜେଡି ନେତା ଅଜୟ ଦାଶଙ୍କୁ ଜଣାଇବା ସହ ତୁରନ୍ତ ମୋବାଇଲ ସେବା ଆରମ୍ଭ ପାଇଁ ଦୃଷ୍ଟି ଆକର୍ଷଣ କରିବା ପରେ ବରିଷ୍ଟ ନେତା ଶ୍ରୀ ଦାଶ ଯଥାଶୀଘ୍ର ପଦକ୍ଷପ ନେବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।

Comments are closed.