କଣ୍ଟାବାଞ୍ଜି ଲୋକାଲ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

କଣ୍ଟାବାଞ୍ଜି: ରେଳବାଇ ଖେଳ ପଡ଼ିଆରେ ଚାଲିଥିବା ଲୋକାଲ ଡିଉଜ ବଲ କ୍ରିକେଟ ପ୍ରତିଯୋଗିତା ଶେଷ ହୋଇ ଯାଇଛି। ଫାଇନାଲ ଖେଳ କଣ୍ଟାବାଞ୍ଜି ଫ୍ରେଣ୍ଡସ ଦଳ ଏବଂ ସେଭେନ ଷ୍ଟାର ଦଳ ମଧ୍ୟରେ ଖେଳା ଯାଇଥିଲା। ସେଭେନ ଷ୍ଟାର ଦଳ ପ୍ରଥମ ବେଟିଂ କରି ୧୨୩ ରନର ଲକ୍ଷ୍ୟ ରଖିଥିଲା, ଯାହାକି ଫ୍ରେଣ୍ଡସ ଦଳ ୨୦ ଓଭରରେ ସଂଗ୍ରହ କରି ନେଇଥିଲା। ଫ୍ରେଣ୍ଡସ ଦଳ ସେଭେନ ଷ୍ଟାର ଦଳକୁ ୫ ଉଇକେଟରେ ପରାସ୍ତ କରି ବିଜୟୀ ହୋଇଛି। ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ସତବୀର ଅଗ୍ରୱାଲ, ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ବିଜୟ ଦଳକୁ ଟ୍ରଫି ସହ ୧୫୦୦୦ ଟଙ୍କା ଏଵଂ ରନର ଦଳକୁ ଟ୍ରଫି ସହ ୮୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଆୟୋଜକ କମିଟି ଅଧ୍ୟକ୍ଷ ବରିଆମ ସିଂ ସାଲୁଜା, ସଭାପତି ବାବୁଲାଲ ଖେତ୍ରୀ, ସେକ୍ରେଟାରୀ ରବୀନ୍ଦ୍ର ସେନାପତି, ପୂର୍ବତନ ଖେଳାଳୀ ରାକେଶ କାମ୍ବଲେ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଙ୍କୀ ସାଲୁଜା, ବଣ୍ଟୁ ଠାକୁର, ଚିନ୍ତାମଣି ସେଟ, ରାକେଶ ସିଂ, ଦେନ ବିଶି, ସଚିନ ଭରାସାଗର ପ୍ରମୁଖ ସହଯୋଗ କରିଥିଲେ।

Comments are closed.