୬ ଦିନିଆ ଚୁମ୍ବକୀୟ ଏବଂ କମ୍ପନ ଥେରାପି ଚିକିତ୍ସା ଶିବିର ଉଦଘାଟିତ

କଣ୍ଟାବାଞ୍ଜି: ମାରୱାଡି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜୀ ଏବଂ ଅଲ ଇଣ୍ଡିଆ ମାରୱାଡି ମହିଳା ସମ୍ମେଳନ କଣ୍ଟାବାଞ୍ଜୀ ଉତ୍କଳ ଶାଖାର ତତ୍ତ୍ବଧାନରେ ସ୍ଥାନୀୟ ହରିଭଵନରେ ୬ ଦିନିଆ ଆକ୍ୟୁପ୍ରେସର, ଚୁମ୍ବକୀୟ ଏବଂ କମ୍ପନ ଥେରାପି ଚିକିତ୍ସା ଶିବିର ଆରମ୍ଭ ହୋଇଛି। ଏଥିରେ ବିଶେଷଜ୍ଞ ଡାକ୍ତର ଖୁଶଲ ସିଂ ରାଜପୁରୋହିତ ଏବଂ ଡାକ୍ତର ସତ୍ୟନାରାୟଣ ଡାକିଆ ରାଜସ୍ଥାନର ଯୋଧପୁରରୁ ଆସିଛନ୍ତି। ଶିବିରରେ ଅନେକ ଉପଚାର ଦିଆଯିବ। ଯେପରିକି ଅଧିକ ଓଜନ ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ବ୍ରୋଙ୍କାଇଟିସ୍, ଆର୍ଥ୍ରାଇଟିସ୍। ୫ ଜାନୁୟାରୀ ୨୦୨୨ ରୁ ୧୦ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଏହି ସମୟ ସକାଳ ୮ ଟାରୁ ୧୨ ଟା ଏବଂ ରାତି ୪ ଟାରୁ ୮ଟା ପର୍ଯ୍ୟନ୍ତ ଏହି ଶିବିର ଖୋଲା ରହିବ।

ଉଦଘାଟନୀ ଉତ୍ସବରେ ମାରୱାଡି ଯୁବା ମଞ୍ଚ ବିକାଶ ଶାଖାର ସଭାପତି ଅର୍ପଣ ଜୈନ, ମାରୱାଡି ଯୁବା ମଞ୍ଚ ବିକାଶ ଶାଖାର ସମ୍ପାଦକ ପୀୟୁଷ ଜିନ୍ଦଲ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଅଧ୍ୟକ୍ଷ୍ୟ ସ୍ମୃତି ସଂଗୀତା ଝରୱାଲିଆ, ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ସମ୍ପାଦିକା କିରଣ ଘୁମରିଆ, କଣ୍ଟାବାଞ୍ଜୀ ପ୍ରେସ କ୍ଲବ୍ ସଭାପତି ପ୍ରଭଜିତ୍ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.