କଂଟାବାଞ୍ଜିରେ ଜିଲ୍ଲା ସ୍ତରୀୟ ଓଡିଶା ଜୀବିକା ମିଶନ କର୍ମଶାଳା

କଂଟାବାଞ୍ଜି: କଂଟାବାଞ୍ଜି ମାନସ ଭବନ ଠାରେ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଓଡିଶା ଜୀବିକା ମିଶନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟରତ ଥିବା ଶତାଧିକ ମହିଳା ଜିପିଏଲଏଫ ଏବଂ ସିପିଏଲଏଫ୍ କର୍ମୀମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସଭାପତି ନିରୁମପା ନାୟକ ଯୋଗ ଦେଇଥିବା ବେଲେ ସମ୍ନାନିତ ଅତିଥି ଭାବେ ଉପସଭାପତି ଜୟନ୍ତୀ ଓଟା, କୋଷାଧକ୍ଷ ନିରୁପମା ମହାନ୍ତି, କୃଷିମିତ୍ର ଲିଡର ସନ୍ତୋଷ ପ୍ରଧାନ, ପ୍ରାଣୀମିତ୍ର ଲିଡର ପୁଷ୍ପାଞ୍ଜଳୀ ନାହାକ ମଂଚାସିନ ରହିଥିଲେ।

କର୍ମଶାଳରେ ଶ୍ରୀମତୀ ନାୟକ ଜିପିଏଲଏଫ ଏବଂ ସିପିଏଲଏଫ୍ କର୍ମୀମାନଙ୍କୁ ଏକଜୁଟ ହୋଇ ରହିବା ପାଇଁ ପରାମର୍ଶ ଦେବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ସରକାରଙ୍କ ସମ୍ମୁଖରେ କର୍ମୀମାନଙ୍କର ବିଭିନ୍ନ ଦାବୀ, ସମାନତା ଦାବୀ ଉପସ୍ଥାପନ କରାଯିବ ବୋଲି କହିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ସଇଁତଲା, ଦେଓଗାଁ, ବଲାଙ୍ଗୀର, ଖପ୍ରାଖୋଲ, ଗୁଡଭେଲା, ବେଲପଡା ବ୍ଲକର ଅନେକ ଜିପିଏଲଏଫ ଏବଂ ସିପିଏଲଏଫ୍ କର୍ମୀଙ୍କ ସହ ଜିଲ୍ଲା ସ୍ତରୀୟ କମ୍ୟୁନିଟି କ୍ୟାଡର ଯୋଗ ଦେଇଥିଲେ।

Comments are closed.