ଖୁଟୁଲୁମୁଣ୍ଡାରେ ଡକାୟତି, ୨ ଜଣଙ୍କୁ କୋର୍ଟ ଚାଲାଣ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡା ଗାଁରେ ସୋମବାର ବିଳମ୍ବିତ ରାତିରେ ଗ୍ରୀଲ ଗେଟ ଭାଙ୍ଗି ଘରକୁ ପଶି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ଫେରାର ମାରିଥିବା ଦୁଇ ଡକାୟତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଯୌବନ ବାଗ ନାମକ ବ୍ୟକ୍ତିଙ୍କ ଗ୍ରୀଲ ଗେଟ ଭାଙ୍ଗି ୮ରୁ ୧୦ ଡକାୟତ ଘରେ ପଶି ସାଢେ ଚାରି ଭରି ସୁନା ଓ ରୂପା ଦଶ ଭରି ସହ ଦସ ହଜାର ଟଙ୍କା ନଗଦ ନେଇ ଖସି ପଳାଇଥିଲେ।

କଣ୍ଟାବାଞ୍ଜି ପୋଲିସ କଳାହାଣ୍ଡି ଜିଲ୍ଲା କର୍ଲାପଡ଼ା ଗାଁର ବୌଦ୍ଧ ମାଝି ଓ ଟିଟିଲାଗଡ଼ ଅଞ୍ଚଳର ମାଖନପଲା ଗାଁର ବିଜୟ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.