କାନପୁରରେ ଥିବା ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ଜଣେ ମୃତ

କାନପୁର .- କାନପୁରରେ ଥିବା ଗୋଳାବାରୁଦ କାରଖାନା (ଓଏଫ୍‌ସି)ରେ ବିସ୍ଫୋରଣ ଘଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ଏହି ଗୋଳାବାରୁଦ କାରଖାନାର କର୍ମାଚାରୀ ବୋଲି ଜଣା ପଡିଛି । କାନପୁରର ଅର୍ମାପୁରରେ ଥିବା ଗୋଳାବାରୁଦ କାରଖାନାରେ ଆହତ ହୋଇଥିବା କର୍ମଚାରୀମାନଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋଳାବାରୁଦ କାରଖାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

କାନପୁର ଗୋଳାବାରୁଦ କାରଖାନା (ଓଏଫ୍‌ସି)ରେ ସେନା ପାଇଁ ଗୋଳାବାରୁଦ ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇଥାଏ। ଏହି ଠାରେ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ମଧ୍ୟ ହୋଇଥାଏ । ମଙ୍ଗଳବାର ଅପରାହ୍ଣରେ ପରୀକ୍ଷଣ ରେଞ୍ଜରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଏକ ଏଲ୍‌ଏଫ୍‌ଜି ବନ୍ଧୁକର ପରୀକ୍ଷଣ ଚାଲିଥିଲା । ଏହି ସମୟରେ ବନ୍ଧୁକରେ ଲାଗିଥିବା ଯବକ୍ଷାରଜାନ ସିଲିଣ୍ଡର ଫାଟିଯାଇଥିଲା । ଏଥିରେ ଜୁନିଅର ବକ୍ସ ମ୍ୟାନେଜର ବଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଆହତ ହୋଇଥିବା କିଛି କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି ।

Comments are closed.