ବଢୁଛି କନିକାଙ୍କ ଅଡୁଆ

ନୂଆଦିଲ୍ଲୀ: ବେବିଡଲ ଗାୟିକା କନିକା କପୁରଙ୍କ ଚତୁର୍ଥ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । କନିକା କପୁର ଏବେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଭର୍ତ୍ତି ଅଛନ୍ତି । ମାର୍ଚ୍ଚ ୨୦ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ମାର୍ଚ୍ଚ ୯ ତାରିଖରେ ଲଣ୍ଡନରୁ ଫେରିଥିଲେ । ଏହା ପରେ ସେ କେତେକ ଘରୋଇ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିମାନେ ଏକାନ୍ତବାସରେ ଅଛନ୍ତି ।

Comments are closed.