କଙ୍ଗନାଙ୍କ ଖୁସି

 

ସଂଖ୍ୟାଧିକ ଭାରତୀୟ ଚଳଚ୍ଚିତ୍ର ଇତିମଧ୍ୟରେ ବିଦେଶୀ ରାଇଜରେ ମୁକ୍ତିଲାଭ କରି ପ୍ରଶଂସିତ ହୋଇସାରିଛି। ସଲମାନ୍‌ ଖାନ୍‌ଙ୍କ କେତୋଟି ଚଳଚ୍ଚିତ୍ର ଚୀନ୍‌‌ର ବେଜିଂରେ ବ୍ୟାବସାୟିକ ସଫଳତା ପାଇବା ସହ ଆଜିକାଲି ଆୟୁଷ୍ମାନ୍ ଖୁରାନା ମଧ୍ୟ ଚୀନ୍ ପ୍ରଶଂସକଙ୍କ ହୃଦୟ ଜିଣିସାରିଛନ୍ତି। ତେବେ ଅଭିନେତାଙ୍କ ଏହି ତାଲିକାରେ ପ୍ରଥମ କରି କଙ୍ଗନା ରଣାୱତ୍ ସାମିଲ ହୋଇଛନ୍ତି। ରାଧାକୃଷ୍ଣା ଜଗରଲାମୁଣ୍ଡି ନିର୍ଦେଶିତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ୫୫ଟି ରାଷ୍ଟ୍ରରେ ଇତିମଧ୍ୟରେ ମୁକ୍ତିଲାଭ କରିସାରିଛି। ଏବେ ଜାପାନର ପ୍ରତ୍ୟେକ ପ୍ରାନ୍ତରେ ଏହା ମୁକ୍ତିଲାଭ କରିବାକୁ ଯାଉଛି। ଜାପାନ ସିନେଆୟୋଜକ କଙ୍ଗନାଙ୍କୁ ମଧ୍ୟ ସେଠାକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇସାରିଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ରକୁ ବିଦେଶୀ ରାଇଜ ତରଫରୁ ସମ୍ମାନିତ କରାଯାଉଥିବାରୁ କଙ୍ଗନା ମଧ୍ୟ ଖୁବ୍ ଖୁସି ଅଛନ୍ତି। ଏବେ ସେ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ ଓ ‘ଜୟଲଳିତା ବାୟୋପିକ୍’ କାମରେ ବ୍ୟସ୍ତ ଥିବାର ପ୍ରକାଶ।

Comments are closed.