ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲା ଖଜରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଞ୍ଚାୟତର ସମରଡେଗାରେ ଥିବା ଏକ ନାଳରୁ ଗୁରୁବାର ଜଣେ ଅଜଣା ଯୁବକର ମୃତଦେହ ଉଦ୍ଧାର କରାଯାଇଛି ।  ଉକ୍ତ ନାଳରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକର ପରିଚୟ ମିଳିପାରି ନାହିଁ । ଏ ନେଇ ଖଜରୀପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି।

Comments are closed.