ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ 

କ. ନୂଆଗାଁ: ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଵାସିନୀ ବେହେରା ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରମ୍, ଭାରତ ମାତାକୀ ଜୟ ସ୍ଲୋଗାନ୍ ଦେଇ ବ୍ଲକ କାର୍ଯ୍ୟାଳୟ ପରିସର ଦେଇ ବଜାର ପରିକ୍ରମା କରିଥିଲେ । ଏଥିରେ ସିଆର୍ ସିସି ସୁଜିତ କୁମାର ଦାସ ଏବଂ ସସସ୍ତ ଶିକ୍ଷକ ସହଯୋଗ କରିଥିଲେ ।

Comments are closed.