ଲଗାଣ ବର୍ଷା ଯୋଗୁଁ ପୁଣି ଧୋଇଗଲା ଅସ୍ଥାୟୀ କଲଭର୍ଟ

ବାଲିଗୁଡ଼ା : ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଫଳରେ ପୁଣି କନ୍ଧମାଳ ବାଲିଗୁଡ଼ା ନିକଟରେ ଅସ୍ଥାୟୀ କଲଭର୍ଟ ଧୋଇ ଯାଇଥିବା ଜଣାପଡ଼ିଛି। ୫୯ ନମ୍ବର ଜାତୀୟ ରାଜପଥ ବାଟାଗୁଡ଼ା ନିକଟରେ ଏହି ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି। ଫଳରେ କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି।

Comments are closed.