କନ୍ଧମାଳ ଜିଲା ପୁଣି ୧୦ ଦିନ ଲକ୍‌ଡାଉନ

କଣ୍ଟେନମେଣ୍ଟ ଜୋନରେ ଖୋଲିବ ନାହିଁ ଦୋକାନ ବଜାର

ଫୁଲବାଣୀ : କନ୍ଧମାଳରେ ପୁଣି ୧୦ ଦିନ ପାଇଁ ଲକଡାଉନ୍‍ ଘୋଷଣା କରିଛନ୍ତି କନ୍ଧମାଳ ଜିଲାପାଳ। ଜିଲାପାଳ ଆଜି ତାଙ୍କ ଚିଠି ସଂଖ୍ୟା ୨୨୦୧ ରେ ଜୁଲାଇ ୨୯ ତାରିଖ ଠାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ସାରା ଜିଲାରେ ଲକ୍‍ଡାଉନ୍‍ ଘୋଷଣା କରିଛନ୍ତି। ତେବେ ଯେଉଁ ଅଂଚଳରେ ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି ସେହି ସବୁ ଅଂଚଳରେ ଅନ୍ୟାଦେଶ ପର୍ଯ୍ୟନ୍ତ ପୂର୍ବଭଳି କଣ୍ଟେନମେଣ୍ଟ ଜାରି ରହିବ ଏବଂ କଣ୍ଟେନମେଣ୍ଟ ନିୟମ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନ୍‍ ଅଞ୍ଚଳ ଗୁଡ଼ିକରେ କୌଣସି ପ୍ରକାର ଦୋକାନ ବଜାର ଖୋଲିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।

ତେବେ ଲକ୍‍ଡାଉନ୍‍ ହୋଇଥିବା ଅଂଚଳରେ କେବଳ ଅତ୍ୟାବଶ୍ୟକ ସେବା ଯଥା ଜିଲା ଓ ପୌର ପ୍ରଶାସକଙ୍କ କାର୍ଯ୍ୟାଳୟ, ପୁଲିସ୍‍, ଅଗ୍ନିଶମ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜରୁରୀକାଳୀନ ଦାୟିତ୍ୱରେ ଥିବା କାର୍ଯ୍ୟାଳୟ, ଟେଲିଫୋନ ଓ ପୋଷ୍ଟ ଅଫିସ୍‍, ଡାକ୍ତରଖାନା, ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତ୍‍ ଯୋଗାଣ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟାଳୟ ଆଦିକୁ ଛାଡି ଦେଲେ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ତେଜରାତି ଦୋକାନ , ଫଳ, ଖୀର ଓ ପନିପରିବା ଦୋକାନ କେବଳ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ। ଔଷଧ ଦୋକାନ,ପେଟ୍ରୋଲ ପମ୍ପ ଦିନସାରା ଖୋଲା ରହିବ। ଏସବୁକୁ ଛଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର ବନ୍ଦ ରହିବ। କେବଳ ଆମ୍ବୁଲାନ୍ସ ଓ ମାଲ ପରିବହନ ଯାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦ ରହିବ। ଦିନ ୧ଟା ପର ଠାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ କେହି ବାହାରକୁ ବାହାରିବେ ନାହିଁ।

କେବଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସ୍ୱିକୃତ ଗଣମାଧ୍ୟମ ପ୍ରତିନିଧି ଓ ଜରୁରୀ ଓ କୋଭିଡ୍‍ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଚଳାଚଳ କରି ପାରିବେ। ଯଦି କାହାର ଅତି ଜରୁରୀ ଥାଏ ତେବେ ଉପଜିଲ୍ଲାପାଳଙ୍କ ଅନୁମତି ନେବା ବାଧ୍ୟତାମୁଳକ ବୋଲି ମଧ୍ୟ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରେସ୍ତ ବିବୃତ୍ତିରେ ଉଲ୍ଲେଖ କରାଯାଇଛି। ସହରାଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍‍ କରି ଦିଆଯିବ। ଯିଏ ପ୍ରଶାସନର ଏହି ନିୟମକୁ ଉଲଂଘନ କରିବ ତାହା ପ୍ରତି କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ଚିଠିରେ ନିର୍ଦ୍ଧେଶ ରହିଛି।

ସେହିପରି ଜିଲାର ବିଭିନ୍ନ ବ୍ୟାଙ୍କର ଅନେକ କର୍ମଚାରୀମାନେ କରୋନା ପଜିଟିଭ୍‍ ହେବା ସହ ଅଧିକାଂଶ କର୍ମଚାରୀ ସଂଗରୋଧରେ ଅଛନ୍ତି। ତେଣୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୧ ତାରିଖରୁ କମ୍‍ ସଂଖ୍ୟକ କର୍ମଚାରୀରେ ବ୍ୟାଙ୍କ ସେବା କାର୍ଯ୍ୟ କରିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଯେ, କନ୍ଧମାଳ ଜିଲାରେ ବର୍ତ୍ତମାନ ଫୁଲବାଣୀ ସହରର ୧୨ଟି ୱାର୍ଡ଼ ସମେତ ଟିକାବାଲି , ରାଇକିଆ , ବାଲିଗୁଡ଼ା , ସାରଙ୍ଗଡ଼ ସହିତ ଅନ୍ୟ କେତେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଗ୍ରାମକୁ ବଫୋରଜୋନ୍‍ ଭାବେ ଘୋଷଣା କରାଯାଇଇଛି। ଅନ୍ୟପକ୍ଷରେ ଫୁଲବାଣୀ ପୌର ପରିଷଦର ସମସ୍ତ ସାହି ଓ ଗଳିରେ ପୌର ପରିଷଦ ପକ୍ଷରୁ ବାଡ଼ ପକାଇ ଦିଆଯାଇଥିବା ବେଳେ ଜିଲାରେ ଅନ୍ୟ ସମସ୍ତ କଣ୍ଟେନମେଣ୍ଟ ଜୋନ୍‍ ମାନଙ୍କରେ ମଧ୍ୟ ଏହିଭଳି ଭାବେ ପ୍ରଶାସନ ପକ୍ଷରୁ ବାଡ଼ ପକାଇ ଦିଆଯାଇ ଯାତାୟତ ସଂପୂର୍ଣ୍ଣଭାବେ ବନ୍ଦ କରିଦିଆଯାଇଛି। ସେହିଭଳି ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ଯେଉଁଠାରେ ପଜିଟିଭ୍‍ ଚିହ୍ନଟ ହୋଇଛି ସେହି ସବୁ ଅୟ୍‍ଚଳରେ ମଧ୍ୟ ସ୍ଥାନୀୟ ସରପଂଚ ମାନେ ନିଜ ନିଜ ଗ୍ରାମକୁ ସୁରକ୍ଷା ପାଇଁ ମଧ୍ୟ ବାଡ଼ ପକାଇ ଦେଇଥିବା

Comments are closed.