କନ୍ଧମାଳରେ ଆଜି ପୁଣି ଜଣେ ପଜିଟିଭ

ଫୁଲବାଣୀ: କନ୍ଧମାଳ ଜିଲାରେ ଶନିବାର ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ହୋଇଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୨୦ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୮୮୧ ରହିିଛି। ସମୁଦାୟ ୩୩ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲାରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ତେଣୁ ମହାମାରୀର ପ୍ରଭାବ ହ୍ରାସ ପାଉଥିବା ଅନୁମାନ କରାଯାଉଛି। ତେବେ ଏହି ମହାମାରୀ ସଂପୂର୍ଣ୍ଣ ଦୂର ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କଟକଣାକୁ ମାନି ଚଳିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

Comments are closed.