କନ୍ଧମାଳ : ୪ ବିଡ଼ିଓଙ୍କ ହେଲା ପଦୋନ୍ନତି

ଫୁଲବାଣୀ : କନ୍ଧମାଳ ଜିଲାର ଚାରିଜଣ ବିଡ଼ିଓଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ସେମାନେ ହେଲେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଫିରିଙ୍ଗିଆ ବିଡ଼ିଓ ରଶ୍ମିରଂଜନ ମହନ୍ତ, ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଓ ଖଜୁରିପଡ଼ା ବିଡ଼ିଓ ଅନୁପମା ଘୋଷ। ଏମାନେ ସମସ୍ତେ ଗ୍ରେଡ଼୍-ଏ ଜୁନିୟରରୁ ସିନିୟର ଭାବେ ପଦୋନ୍ନତି ପାଇଛନ୍ତି । ନିଜ ନିଜ କାର୍ଯ୍ୟଦକ୍ଷତା, ଅଭିଜ୍ଞତାକୁ ଭିତ୍ତିକରି ସରକାର ଏହି ପଦୋନ୍ନତି ଦେଇଥିବା ବେଳେ ସରକାର ନିୟମ ପ୍ରକାରେ ଏହି ସବୁ ପଦୋନ୍ନତି ପାଇଥିବା ବିଡ଼ିଓ ମାନେ ଅନ୍ୟ ସ୍ଥାନରେ ଯୋଗଦେବାର ଆଦେଶ ପାଇନଥିବାରୁ ଏମାନେ ବର୍ତ୍ତମାନ ଯେଉଁ ସବୁ ବ୍ଳକରେ ବିଡ଼ିଓ ଭାବେ କାର୍ଯ୍ୟରତ ଅଛନ୍ତି ସେହି ସବୁ ସ୍ଥାନରେ ହିଁ କାର୍ଯ୍ୟ କରିବେ। ପଦୋନ୍ନତି ପାଇଥିବା ଯୋଗୁଁ ଏହି ଅଧିକାରୀ ମାନେ ଖୁସିବ୍ୟକ୍ତ କରିବା ସହିତ ଆଗକୁ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ମନୋବଳ ଓ ଆଗ୍ରହ ଆହୁରି ବୃଦ୍ଧି ପାଇଛି ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି।

Comments are closed.