ଜାତୀୟ ରାଜପଥର ଷ୍ଟ୍ରିଟ୍ ଲାଇଟରେ ଏକର ଏକର ଧାନ ନଷ୍ଟ; ଚିନ୍ତାରେ ଚାଷୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକର ବାଇସିଙ୍ଗା ପଂଚାୟତ ମାଳପୁରାରେ ଷ୍ଟ୍ରିଟ ଲାଇଟ ଯୋଗୁଁ ଏକର ଏକର ଧାନ ଚାଷ ନଷ୍ଟ ହେବାକୁ ବସିଲାଣି । ହେଲେ ଚାଷୀଙ୍କ ପାଇଁ କାହାର ଦରଦ ଅଛି ନା ଚିନ୍ତା ଅଛି l ଚାଷୀ କୁଳ ଏବେ ହତାଶ ହୋଇଛନ୍ତି । ତାଳଚେର ଠାରୁ ଡ଼ୁବୁରୀ ସଂଯୋଗ କରୁଥିବା ୫୩ନମ୍ବର ଜାତୀୟ ରାଜପଥର ମାଲପୁରା-ବାଇଶିଙ୍ଗା ମଧ୍ୟରେ ଦୁଇ କଡ଼ରେ ଷ୍ଟ୍ରିଟ୍ ଲାଇଟି ଲଗାଯାଇଛି l
ରାତ୍ର ସମୟରେ ଲାଇଟ୍ ଗୁଡିକ ଜଳୁଥିବାରୁ ରାସ୍ତା କଡ଼ ଜମି ଗୁଡିକରେ ଧାନ ଚାଷରେ ବ୍ୟାପକ କ୍ଷତି ହୋଇଛି l ଯାତାୟାତରେ ସୁବିଧା ପାଇଁ ଆଲୋକୀ କରଣ ହେଲା ସତ କିନ୍ତୁ ଏବେ ଧାନ ଚାଷ ପ୍ରଭାବିତ ହୋଇଛି l ଗତ ଖରିଫ ଋତୁରେ ଚାଷୀ ଧାର କରଜ କରି ଧାନ ଚାଷ କରିଥିବା ବେଳେ ଜାତୀୟ ରାଜପଥର ଷ୍ଟ୍ରିଟ ଲାଇଟ ଏବେ ବଇରୀ ସାଜିଛି l କେତେ ବେଳେ ଅଦିନିଆ ବର୍ଷା ଆସୁଛି ତ କେତେ ବେଳେ ମରୁଡି ଚାଷୀ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଜୀବନ ସହ ସଂଗ୍ରାମ କରୁଛି l
ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ମାଳ ମାଳ ଯୋଜନା କରା ଯାଉଛି ସତ କିନ୍ତୁ ତାହା କାଗଜ କଲମରେ ସୀମିତ ରହିଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସଂପୃକ୍ତ ଚାଷୀ ମାନଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି l
Comments are closed.