ଜରିପାଲ ତଳେ ବିତୁଛି ଅସହାୟ ବିଧବା ଅମୂଲ୍ୟଙ୍କ ଜୀବନ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକର ବାଇସିଙ୍ଗା ପଞ୍ଚାୟତ ମାଳପୁରା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଣେ ବିଧବା ମହିଳା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଜରି ପାଲ ତଳେ ଦିନ କାଟୁଛନ୍ତି। ମହିଳା ଜଣକ ଘରଟିଏ ପାଇଁ ଆକୁଳ ନିବେଦନ କରି ଥକି ପଡ଼ିଲେଣି।

ମାଳପୁରା ଗ୍ରାମର ସ୍ବର୍ଗତ ବିଜୟ ନାୟକଙ୍କ ପତ୍ନୀ ଅମୁଲ୍ୟ ନାୟକ। ଦୁଇ ବର୍ଷ ହେବ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅମୁଲ୍ୟଙ୍କ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ପାଖରେ ଦୁଇ ସନ୍ତାନ, ବଡ଼ ପୁଅ ପାଗଳ ଓ ସାନ ପୁଅକୁ ଧରି ବିତୁଛି ଜୀବନ। ଘର ଖଣ୍ଡେ ପାଇଁ ସମସ୍ତଙ୍କୁ ଗୁହାରୀ କରିଥିଲେ ମଧ୍ୟ ଫଳ ଶୂନ। ସରକାରଙ୍କର ମାଳ ମାଳ ଯୋଜନା ଥିବା ବେଳେ ଏହି ବିଧବା ଅସହାୟ ମହିଳା ସେଥିରୁ ବଞ୍ଚିତ। ଦେଢ ବର୍ଷ ତଳେ ଘର ପୋଡି ଯାଇଥିବା ବେଳେ ସରକାରଙ୍କ ତରଫରୁ ମିଳିଛି ଏ  ଜରିପାଲ। ସେହି ପାଲ ତଳେ ବିତୁଛି ଜୀବନ। ତେବେ ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ବିଧବା ମହିଳାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.