ଦନ୍ତା ହାତୀ ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ ମହାବୀର ରୋଡ ରେଞ୍ଜର ଚାନ୍ଦପୁର ଗାଁରରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଦନ୍ତାହାତୀ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀ ଗୁରତର ହୋଇଛନ୍ତି । ମୃତକ ଜଣକଙ୍କ ନାଁ ସାହିର ରୁମା ବେହେରା । ଗୁରୁତର ତାରା ବେହେରାଙ୍କୁ ଡାକ୍ତରଖନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ କାଉଁସନାଳି ସାହିର ଏହି ଦମ୍ପତି ହୋଇଥିବା ଜଣାପଡ଼ିଛି । ଉଭୟ ସ୍ୱାମୀ ସ୍ତ୍ରୀ ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଆଜି ସକାଳେ ଯାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା |

ଫଳରେ ଉଭୟେ ଗୁରୁତର ଭାବେ ଆହାତ ହୋଇଥିଲେ | ଉଭୟଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ସ୍ୱାମୀ ରୁମା ବେହେରାଙ୍କ ମୃତ୍ୟୁ ହୋଇଥିଲା ।  ଗରୁତର ସ୍ତ୍ରୀ ତାରା ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି | ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି |

Comments are closed.