ଭୋଜି ଖାଇ ୨ ଶ୍ରମିକ ମୃତ, ୪ଜଣଙ୍କ ଅବସ୍ଥା ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲାର କାମାକ୍ଷାନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଛାତ କାମ ବେଳେ ଭୋଜି ଖାଇ ୨ ଶ୍ରମିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘର ଛାତ କାମବେଳେ ଭୋଜି ଖାଇ ୧୫ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ଗୁରୁତର ରହିଛି।

 

ଗୁରୁବାର ବେଢ଼ାପାଳ ଗାଁରେ ଘର ଛାତ କାମ ବେଳେ ଭୋଜି ହୋଇଥିଲା। କାମ କରୁଥିବା ଶ୍ରମିକମାନେ ଭୋଜି ଖାଇ ଅସୁସ୍ଥ ହୋଇଥିଲେ ଏବଂ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଝାଡ଼ାବାନ୍ତିରେ ଆକ୍ରାନ୍ତ ପରେ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ହେବାରୁ କିଛି ଶ୍ରମିକଙ୍କୁ ଢେଙ୍କାନାଳ ଓ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଥିମଧ୍ୟରୁ ଜଣେ କଟକରେ ଏବଂ ଆଉ ଜଣେ ଢେଙ୍କାନାଳ ମେଡ଼ିକାଲ୍‌ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ଆଉ ୪ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Comments are closed.