କାମାକ୍ଷାନଗରରେ ମହାଆଡମ୍ବରରେ ପାଳିତ ହେଉଛି ଦୁର୍ଗାପୂଜା

କାମାକ୍ଷାନଗର: କରୋନା କଟକଣା ଯୋଗୁ ଦୁଇବର୍ଷ ଦୁର୍ଗାପୂଜାରେ କଟକଣା ରହିଥିବା ବେଳେ ଚଳିତ ବର୍ଷ କଟକଣା ହଟିଯିବା ପରେ ମା’ଙ୍କ ପୂଜାକୁ ମହାଆଡମ୍ବରରେ ପାଳିତ ହେଉଛି। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ସେହିଭଳି କାମାକ୍ଷାନଗର ସହରରେ ମୋଟ ୧୫ଟି ପୂଜାମଣ୍ଡପରେ ପୂଜା ଚାଲିଥିବା ବେଳେ ୫ଟି ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କର ମୂଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ମା’ଙ୍କ ପୂଜା କିପରି ସରସ ସୁନ୍ଦର ହେବ ଏବଂ ଭକ୍ତମାନେ କିପରି ମାଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିବେ ସେ ନେଇ ପୂଜା କମିଟି ଓ ପ୍ରସାଶନ ଲାଗି ପଡିଛନ୍ତି। ୫ ଦିନ ଧରି ଏହି ପୂଜା ଚାଲିବାକୁ ଥିବାବେଳେ ଆଜି ହେଉଛି ତୃତୀୟ ଦିନ। ଆଜି ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକଗହଳିରେ ବାଧା ସୃଷ୍ଟି ହୋଇଛି।

Comments are closed.