MEllora 950×100

ଆମ୍ ଆଦମୀ ପାର୍ଟି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

କାମାକ୍ଷାନଗର: ଆମ୍ ଆଦମୀ ପାର୍ଟିର କାମାକ୍ଷାନଗର ବିଧାନ ସଭା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କର ଏକ ସମ୍ମୀଳନୀ ଭୁବନ ବୁଦ୍ଧେଶ୍ବରଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସମ୍ମୀଳନୀରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲାର ଆବାହକ ଶ୍ରୀ ପଙ୍କଜ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଉପସଭାପତି ପର୍ଶୁରାମ ମହାଭୋଇ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ବେହେରା ଉପସ୍ଥିତ ଥିଲେ।

ଏହି ଅବସରରେ ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ମଡେଲ ତଥା ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାରେ ଅନୁପ୍ରାଣିତ ହୋଇ ଅନେକ ନୂତନ ସଦସ୍ୟ ଦଳରେ ସାମିଲ ହୋଇଥିଲେ। ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ବେହେରା ଆମ୍ ଆଦମୀ ପାର୍ଟିର ଗଠନ ଓ ନିତି ଆଦର୍ଶ ଉପରେ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିବା ବେଳେ ଆବାହକ ପଙ୍କଜ ନାୟକ ପାର୍ଟି ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ଉପରେ କର୍ମୀମାନଙ୍କୁ ବାର୍ତ୍ତା ଦେଇଥିଲେ। ଦଳର ସାଙ୍ଗଠନିକ କାର୍ଯ୍ୟ କିପରି ସୁଦୃଢ କରାଯାଇ ପାରିବ ସେ ବିଷୟରେ ଉପସଭାପତି ପର୍ଶୁରାମ ମହାଭୋଇ କର୍ମୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ସାହୁ, କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ କୃଷ୍ଣ ଚନ୍ଦ୍ର ମିଶ୍ର, ଲୁଲୁ ସାହୁ, ମଧୁସୂଦନ ମଲ୍ଲିକ, ପରେଶ କୁମାର ସାହୁ ଓ ସଞ୍ଜୟ ମହାରଣା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.