ଧାନଗଦାରେ ଲାଗିଲା ନିଆଁ, ଜଳୁଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ଗାଁର ଦୁଇଜଣଙ୍କ ଧାନଗଦାରେ ଥିନିଆଁ ଲାଗି ଯାଇଥିଲା। ଫଳରେ ସେମାନଙ୍କର ପ୍ରାୟ ୨୭ ପ୍ୟାକେଟ ଧାନ ପୋଡିଯାଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ସହିତ ଅଗ୍ନିଶମ ବିଭାଗର କର୍ମଚାରୀମାନେ କଠିନ ପରିଶ୍ରମ କରି ଜଳୁଥିବା ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ।
ମିଳିଥିବା ଖବର ଅନୁଯାୟୀ ପ୍ରଧାନୀଗୁଡା ଗାଁର ସୌନ୍ଦର୍ଯ୍ୟ ସୁନା ଓ ରବି ମହାନନ୍ଦିଆ ଦୁଇ ପରିବାର ମିଶି ଧାନ ଖଳା କରିଥିଲେ। ଆଜି ବିଲରୁ ମେସିନ ସହାୟତାରେ ଧାନ କାଟି ଖଳାରେ ଗଦା କରିବା ପରେ ମଧ୍ୟାହ୍ନରେ ଘରକୁ ଖାଇବାକୁ ଯାଇଥିଲେ। ସେତେବେଳେ ଖଳାରେ ଛୋଟ ପିଲା ମାନେ ଖେଳୁଥିଲେ।

 

ଅଚାନକ ଭାବେ ଧାନ ଗଦାରେ ନିଆଁ ଲାଗି ଯାଇଥିଲା। ଧାନଗଦାରୁ ନିଆଁ ଲାଗି ଧୂଆଁ ବାହାରିଥିବା ଘଟଣା କିଛି ଲୋକ ଦେଖି ରବି ଓ ସୁନାକୁ ଡାକିଥିଲେ। ଗ୍ରାମବାସୀ ମିଳିତରେ କିଛି ଧାନ ବାହାର କରି ନିକଟସ୍ଥ ନାଳରୁ ପାଣି ଆଣି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ଅପରପକ୍ଷରେ ଧାନଗଦାରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ସେମାନେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରି ଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଓଆଇସି ବଳରାମ ବେହେରା ପହଞ୍ଚିଥିଲେ। ସେଠାରେ ତାଙ୍କ ନେତୃତ୍ୱରେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ସୌନ୍ଦର୍ଯ୍ୟ ସୁନଙ୍କ ୧୨ ପେକେଟ ଓ ରବି ମହାନନ୍ଦିଆଙ୍କ ୧୫ ପେକେଟ ଧାନ ପୋଡି ଯାଇଥିବା ଜଣାପଡିଛି।

Comments are closed.