ଆରପାରିରେ ବାପା ମାଆ, ସାହାରା ଖୋଜୁଛନ୍ତି ୩ ଛୁଆ

କଲ୍ୟାଣସିଂହପୁର: ୩ ଛୁଆଙ୍କ ମୁଣ୍ଡରୁ ହଟିଗଲା ବାପା-ମା’ଙ୍କ ସହାରା । ଖେଳିବା ପାଠପଢ଼ିବା ବୟସରେ ଅନାଥ ହୋଇଗଲେ ୩ ଛୁଆ । ଏପରି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମାଝୀଗୁଡା ପଞ୍ଚାୟତର ନିମାଝୋଲା ଗାଁରେ । ସୂଚନା ଅନୁସାରେ ପ୍ରାୟ ୮ ବର୍ଷ ହେବ ୩ ପିଲା ମାନଙ୍କ ବାପା ମାଣି କଣ୍ଡାଗରୀଙ୍କ ମୃତ୍ୟୁ ହୋଇଥିଲା । ପରେ ମା’ ସିଙ୍ଗାରି କଣ୍ଡାଗରୀ ୩ଝିଅ ଓ ଗୋଟିଏ ପୁଅକୁ ନେଇ ବହୁ ଦୁଃଖ କଷ୍ଟରେ ରହୁଥିଲେ । ଏବଂ ପରଘରେ କାମକରି ନିଜ ପିଲାଙ୍କ ପେଟକୁ ଦାନା ଦେଉଥିଲେ ମା’ ସିଙ୍ଗାରି । ପ୍ରଶାସନ ପକ୍ଷରୁ ସହାୟତା କହିଲେ କେବଳ ୨୫ କିଲୋ ଚାଉଳ ସହ ବିଧବା ଭତ୍ତା ୫୦୦ଟଙ୍କା ପାଉଥିଲେ । ହେଲେ ଘର କି ପିଲାମାନଙ୍କ କୌଣସି ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇନଥିଲା । ହେଲେ ପରବର୍ତ୍ତୀ ସମୟରେ ମା ସିଙ୍ଗାରି ମଧ୍ୟ ହଟାତ ଅସୁସ୍ଥତା କାରଣରୁ ଗତ ଡିସେମ୍ବର ମାସ ୨୫ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଫଳରେ ତିନି ପିଲା ଅନାଥ ହୋଇଯାଇଛନ୍ତି । ୩ଜଣଙ୍କ ମଧ୍ୟରୁ ଦ୍ୱିତୀୟ ଝିଅ ଭବାନୀ କଣ୍ଡାଗରୀ (୧୨) ସପ୍ତମ ଶ୍ରେଣୀ , ତୃତୀୟ ଝିଅ ହାଇମା କଣ୍ଡାଗରୀ ( ୧୧) ଷଷ୍ଠ ଶ୍ରେଣୀ ଓ ସାନ ପୁଅ ନୀଳକଣ୍ଠ କଣ୍ଡାଗରୀ (୬)ପ୍ରଥମ ଶ୍ରେଣୀରେ ପାଠ ପଡୁଛନ୍ତି । ଏହି ଅନାଥ ବା ବାପା ମା ଛେମୁଣ୍ଡ ପିଲା ମାନେ କେମିତି ପାଠ ପଢ଼ିବେ,ସେମାନଙ୍କ ଘର କେମିତି ଚାଲିବ ବୋଲି ସମସ୍ତେ ଚିନ୍ତିତ ହୋଇଛନ୍ତି ।ଏହି ପରିବାରକୁ ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇନାହିଁ ।ଯେହେତୁ ଘର ଖଣ୍ଡିଏ ମିଳି ପାରିନାହିଁ।ଗାଁରେ ଯିଏ ଯାହା ଦେଲେ ତାହା ଖାଇ ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏହି ଅନାଥ ପରିବାରକୁ ପ୍ରଶାସନ ପକ୍ଷରୁ ପିଲାଙ୍କ ଭବିଷ୍ୟତ ପାଇଁ ଭଲ ହଷ୍ଟେଲ ବ୍ୟବସ୍ଥା କରି ଥଇଥାନ ଓ ସହଯୋଗ କରାଯାଉ ବୋଲି ଗ୍ରାମର ବିନାୟକ କଣ୍ଡାଗରି, ରଘୁ ହୁଈକା, ରକି କଣ୍ଡାଗରୀ ,ହଳ କଣ୍ଡାଗରି, ବୁର୍ସା କଣ୍ଡାଗରୀ, ନାରାୟଣ କଣ୍ଡାଗରି ପ୍ରମୁଖ ଦାବି କରିଛନ୍ତି ।ଏବିଷୟରେ ବିଡ଼ିଓ ସୁଧାକର ରଇତ ଙ୍କୁ ପଚାରିବାରୁ ସେ କହିଲେ ଡାବ୍ଲୁୟ ଙ୍କ ସହିତ କଥା ହୋଇ ସେମାନଙ୍କ ଉଚ୍ଚ ଶିକ୍ଷା ବ୍ୟବସ୍ଥା କରିବା କହିଥିଲେ । ମୁଁ ସେହି ଅଞ୍ଚଳ ପରିଦର୍ଶନରେ ଯାଇ ସମସ୍ୟା ବୁଝିବି କହିଥିଲେ ।

Comments are closed.