ଦଶମ ଶ୍ରେଣୀ ପରୀକ୍ଷା ଦେଲେ ୧୦୨୬ ବିଦ୍ୟାର୍ଥୀ

କଲ୍ୟାଣସିଂହପୁର: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଦଶମ ବିଦ୍ୟାର୍ଥୀଙ୍କ ୧ମ ସାରାଂଶ ମୂଲ୍ୟାୟନ (ସମ୍ମେଟିଭ ଆସେସମେଣ୍ଟ) ପରୀକ୍ଷା ଆରମ୍ଭ ହୋଇଛି। କେବଳ ୫୦ମାର୍କର ପରୀକ୍ଷା ୧ଘଣ୍ଟାରେ କରାଯାଇଛି। କଲ୍ୟାଣସିଂହପୁର ନୋଡାଲ ସେଣ୍ଟରେ ୧୧୬୧ ବିଦ୍ୟାର୍ଥୀ ମଧ୍ୟରୁ ୧୦୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୩୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। କଲ୍ୟାଣସିଂହପୁର କେନ୍ଦ୍ରରେ ୨୧୮ ମଧ୍ୟରୁ ୧୮୧ ପରୀକ୍ଷା ଦେଇଥିବା ବେଳେ ୩୭ ବିଦ୍ୟାର୍ଥୀ ଅନୁପସ୍ଥିତ, ଜଗନ୍ନାଥପୁର କେନ୍ଦ୍ରରେ ୧୮୫ ମଧ୍ୟରୁ ୧୬୫ ପରୀକ୍ଷା ଦେଇଥିବା ବେଳେ ୨୦ ବିଦ୍ୟାର୍ଥୀ ଅନୁପସ୍ଥିତ, ବୁଡ଼ାଗୁଡା କେନ୍ଦ୍ରରେ ୨୨୦ରୁ ୧୯୦ପରୀକ୍ଷା ଦେଇଥିବା ବେଳେ ୩୦ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ, ସିକରପାଇ କେନ୍ଦ୍ରରେ ୩୨୮ରୁ ୨୯୫ ପରୀକ୍ଷା ଦେଇଥିବା ବେଳେ ୩୩ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଓ ରେଭଲକୋଣା କେନ୍ଦ୍ରରେ ୨୧୦ ରୁ ୧୯୫ ପରୀକ୍ଷା ଦେଇଥିବା ବେଳେ ୧୫ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି ବୋଲି ନୋଡାଲ ସେଣ୍ଟରୁ ଜଣାପଡିଛି।

ଏହି ପ୍ରଶ୍ନ ଉତ୍ତର ଖାତାକୁ ୫ଟି କେନ୍ଦ୍ରକୁ ଉମାସଙ୍କର ଖରା ଓ ମୋନାଜ କୁମାର ସାହୁକାର ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ନେବା ଆଣିବା କରାଯାଉଛି। ରିଭଲକୋଣା ଓ ସିକରପାଇ ପରୀକ୍ଷା କେନ୍ଦ୍ରକୁ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିଆ, ବ୍ଲକ ଶିକ୍ଷା ଅଧିକାରୀ ହରିହର ମହାପାତ୍ର ପରିଦର୍ଶନ କରିଥିଲେ।

Comments are closed.