ବିଜେଡିର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ପାଳଖମନ ଗାଁର ଲୋକମାନେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଦେଖିବାକୁ ମିଳିଛି। ବ୍ଲକ ବିଜେଡି ଦଳର ସଭାପତି ସୁନ୍ଦର ରାଓ ବାଗଙ୍କ ନେତୃତ୍ୱରେ ସିଙ୍ଗାରି ପଞ୍ଚାୟତର ସମିତି ସଭ୍ୟ ଭୀମସେନ ବାଗଙ୍କ ଅବଦାନ ପାଳଖମନ ଗାଁର ୩୭ ପରିବାରର ମୋଟ ୨୫୦ ଭୋଟର ବିଜେଡିରେ ଯୋଗଦେଇଛନ୍ତି। ଆଖି ଆଗରେ ପଞ୍ଚାୟତ ନିର୍ବାଚନକୁ ରଖି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ କରାଯାଉଛି। ଉକ୍ତ ଗାଁରେ ବିଜେଡି ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଏଥିରେ ବ୍ଲକର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ବିଜେଡିରେ ସାମିଲ ହୋଇଥିବା ଲୋକଙ୍କୁ ଦଳୀୟ ଚିହ୍ନର ଗାମୁଛା ପକାଇ ସ୍ୱାଗତ କରିଥିଲେ।

Comments are closed.